Skip to main content

ପ୍ରତିକ୍ଷେପ କ୍ରିୟା (Reflex Action) || ଦଶମ ଶ୍ରେଣୀ (Class X) || Life Science Notes

 

ପ୍ରତିକ୍ଷେପ କ୍ରିୟା (Reflex Action)

ଆମ ଶରୀରରେ ଘଟୁଥିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ । ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ । କିନ୍ତୁ ବେଳେବେଳେ କିଛି 'ଅତି ଜରୁରୀ କାର୍ଯ୍ୟ' ମସ୍ତିଷ୍କର ଅଗୋଚରରେ ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ହୁଏ । 
ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ଵତଃସ୍ଫୁର୍ତ୍ତ (Spontaneous) ଓ ସ୍ଵତଃପ୍ରବୃତ୍ତ (Automatic) ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା (Reflex Action) କୁହାଯାଏ । 
ଆମ ଶରୀରରେ ସମ୍ପାଦିତ ହେଉଥିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ ସୁଷୁମ୍ନାକାଣ୍ଡ, ଗୋଟିଏ ସେନସରୀ ସ୍ନାୟୁକୋଷ ଓ ଗୋଟିଏ ମୋଟର ସ୍ନାୟୁକୋଷ ସଂଶ୍ଳିଷ୍ଟ । 
ସେନସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ । ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁକୋଷ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ । ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥିବାରୁ ଏହାକୁ ଏକକ ସିନାପଟିକ ପ୍ରତିକ୍ଷେପ (monosynaptic reflex) କୁହାଯାଏ । 
ଶରୀରରେ ସେନସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ (Reflex arc) କୁହାଯାଏ । 
ଇଭାନ ପି. ପାଭଲୋଭ (Ivan P. Pavlov) ନାମକ ଜଣେ ରୁଷ ବୈଜ୍ଞାନିକ ପ୍ରତିକ୍ଷେପ କ୍ରିୟା ଉପରେ ଗବେଷଣା କରିଥିଲେ । ଏହି ପ୍ରରିକ୍ଷଣରେ ସେ ପ୍ରଥମେ ଗୋଟିଏ କୁକୁରକୁ ଘଣ୍ଟାବଜାଇବା ପରେ ଖାଦ୍ୟ ଦେଉଥିଲେ । ଘଣ୍ଟା ବଜାଇବା ଏବଂ କୁକୁରର ଖାଦ୍ୟ ଗ୍ରହଣ ସବୁଦିନେ ପାଖାପାଖି ଏକ ସମୟରେ ସମ୍ପାଦିତ ହେଉଥିଲା । କିଛି ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷଣ କରିବାପରେ ସେ ଘଣ୍ଟା ବଜାଇଲେ କିନ୍ତୁ କୁକୁରକୁ ଖାଦ୍ୟ ନଦେଲେ ମଧ୍ୟ ଆପେ ଆପେ କୁକୁରର ପାଟିରୁ ଲାଳ ଝରୁଛି । ଏଥିରୁ ସେ ପ୍ରମାଣ କରିଲେ, ଲାଳ କ୍ଷରଣ ସ୍ନାୟୁତନ୍ତ୍ରର ପ୍ରତିକ୍ଷେପ କ୍ରିୟା ଦ୍ୱାରା ପରିଚାଳିତ ।