ସ୍ନାୟୁକୋଷ (Neuron)
ସ୍ନାୟୁ କୋଷ ଆମ
ସ୍ନାୟୁତନ୍ତ୍ରର ଗାଠନିକ (Structural)
ଏବଂ କ୍ରିୟାମକ (Functional) ଏକକ ।
ସ୍ନାୟୁକୋଷର ନ୍ୟଷ୍ଟି ଥିବା
ଅଂଶକୁ ସେଲବଡ଼ି (Cell body) କୁହାଯାଏ ।
ସ୍ନାୟୁକୋଷର ଶାଖାୟିତ ତନ୍ତୁକୁ
ଡେଡ୍ରାଇଟ୍ (Dendrite) କୁହାଯାଏ ।
ଡେଡ୍ରାଇଟ୍ର ଠିକ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ (Axon) ବାହାରିଥାଏ ।ସେଲବଡ଼ିର ଯେଉଁ ସ୍ଥାନରୁ
ଆକସନ ବାହାରିଥାଏ, ସେହି ସ୍ଥାନକୁ ଆକସନ୍ ହିଲକ
(Axon hillock) କୁହାଯାଏ ।
ଆକସନ୍ର ଶେଷଭାଗ ବିଭାଜିତ
ହୋଇ ଟେଲୋଡେନ୍ଡ୍ରିଆ (Telodendria)
ସୃଷ୍ଟି ହୋଇଥାଏ ।ଟେଲୋଡେନ୍ଡ୍ରିଆର ଅଗ୍ରଭାଗ
ସ୍ମିତ ହୋଇ ଏଣ୍ଡ ନବ୍ (End
knob) ତିଆରି ହୋଇଥାଏ ।
ଏଣ୍ଡ ନବ୍ ରେ ଥିବା ସିନାପଟିକ
ଭେସିକିଲ (Synaptic
vesicle) ମଧ୍ୟରେ ଏସିଟିଲିନ୍କୋଲିନ୍ ପରି ନ୍ୟୁରୋଟ୍ରାସମିଟର (Neurotransmitter) ରହିଥାଏ ।
ଆକ୍ସନ୍ ମଧ୍ୟରେ ରହିଥିବା
କୋଷଜୀବକକୁ ଆକ୍ସୋପ୍ଲାଜମ୍ (axoplasm) କୁହାଯାଏ ଏବଂ ଏହାର କୋଷଝିଲ୍ଲୀକୁ ଆକସୋଲେମା (axolemma) କୁହାଯାଏ ।
ସ୍ନାୟୁ କୋଷ ଆମ ଶରୀରର
ଦୀର୍ଘତମ କୋଷ ।
ଗୋଟିଏ ସ୍ନାୟୁ କୋଷରେ ଥିବା
ଆକସନ୍ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଟ୍ଗୁଡ଼ିକର ଅତି ନିକଟରେ
ଥାଏ। ଏହି ସଂଯୋଗ ସ୍ଥାନକୁ ସିନାପ୍ସ୍ (Synapse) କୁହାଯାଏ ।
ସ୍ନାୟୁ କୋଷରେ
ସେଣ୍ଟ୍ରୋଜୋମ୍ (Centrosome) ନଥିବାରୁ ପରିପକ୍ଵ ସ୍ନାୟୁ କୋଷର ବିଭାଜନ ହୁଏ ନାହିଁ ।