ମନୁଷ୍ୟର ହୃତପିଣ୍ଡ (Human Heart)
ହୃତପିଣ୍ଡର ବାହ୍ୟ ଗଠନ :
ମଣିଷର ବକ୍ଷଗହ୍ୱର ମଧ୍ୟସ୍ଥଳରେ, ଦୁଇ ଫୁସଫୁସ୍ ମଝିରେ ଓ ମଧ୍ୟଛଦାର ଉପରେ ସାମାନ୍ୟ ବାମକୁ ହୃତପିଣ୍ଡ ଅବସ୍ଥିତ ।
ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତପିଣ୍ଡର ଲମ୍ବ ପ୍ରାୟ ୧୨ ସେ.ମି, ଓସାର ପ୍ରାୟ ୯ ସେ.ମି ଓ ଓଜନ ପ୍ରାୟ ୨୫୦ ରୁ ୩୦୦ ଗ୍ରାମ୍ । ଏହାର ରଙ୍ଗ ମାଟିଆ ଲାଲ ।
ହୃତପିଣ୍ଡରେ ରହିଛି ଚାରୋଟି ପ୍ରକୋଷ୍ଠ । ଉପର ପ୍ରକୋଷ୍ଠକୁ ଅଳିନ୍ଦ (Atrium) ଓ ତଳ ଦୁଇ ପ୍ରକୋଷ୍ଠକୁ ନିଳୟ (Ventricle) କୁହାଯାଏ ।
ଦକ୍ଷିଣ ଅଳିନ୍ଦ ସହ ଉର୍ଦ୍ଧ ମହାଶିରା (Superior vena cava) ଓ ନିମ୍ନ ମହାଶିରା (Inferior vena cava) ନାମକ ଦୁଇଟି ବୃହତ୍ ରକ୍ତ ବାହିନୀ ସଂଯୁକ୍ତ ।
ଦକ୍ଷିଣ ନିଳୟ ସହିତ ଫୁସଫୁସ୍ ଧମନୀ (Pulmonary artery) ସଂଯୁକ୍ତ ।
ବାମ ଅଳିନ୍ଦ ସହ ଫୁସଫୁସ୍ ଶିରା (Pulmonary vein) ସଂଯୁକ୍ତ ।
ବାମ ନିଳୟ ସହ ମହାଧମନୀ (Aorta) ସଂଯୁକ୍ତ ।
ହୃତପିଣ୍ଡର ଆଭ୍ୟନ୍ତରୀଣ ଗଠନ :
ହୃତପିଣ୍ଡର ଅଳିନ୍ଦ ଓ ନିଳୟ ଦ୍ଵାରରେ ଏବଂ ପ୍ରକୋଷ୍ଠ ଓ
ରକ୍ତବାହିନୀ ମଧ୍ୟସ୍ଥ ଦ୍ଵାରରେ ପତଳା ପରଦା ବା କବାଟ ପରି କପାଟିକା
ଲାଗିଥାଏ । କପାଟିକାର ପ୍ରତ୍ୟକ ପରଦାକୁ ପାଖୁଡ଼ା (Cusp)
କୁହାଯାଏ ।
ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ବାରରେ 3 ପାଖୁଡା ବିଶିଷ୍ଟ କପାଟିକା ଏବଂ ବାମ
ଅଳିନ୍ଦ ଓ ବାମ ନିଳୟ ଦ୍ବାରରେ ଦୁଇ ପାଖୁଡା ବିଶିଷ୍ଟ କପାଟିକା ଥାଏ ।
ନିଳୟ ଓ ରକ୍ତବାହିନୀ
ମଧ୍ୟସ୍ଥ କପାଟିକା ରକ୍ତବାହିନୀ ଆଡକୁ ଖୋଲିପାରେ ।
ତେଣୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ ।
ହୃତପିଣ୍ଡର ଚାରୋଟି ପ୍ରକୋଷ୍ଠ ମଧ୍ୟରୁ ବାମ ନିଳୟ ଅଧିକ ଦକ୍ଷ କାରଣ ଏହାର ସଂକୋଚନ ହେଲେ ଅମ୍ଲଜାନଯୁକ୍ତ ରକ୍ତ ମହାଧମନୀ ମଧ୍ୟ ଦେଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।