ଉଦ୍ଭିଦରେ ରେଚନ
ଉଦ୍ଭିଦରେ ରେଚନ ପାଇଁ ପ୍ରାଣୀମାନଙ୍କ ପରି ସ୍ବତନ୍ତ୍ର ରେଚନ ଅଙ୍ଗ ନଥାଏ ।
ଚୟାପଚୟ ପ୍ରକ୍ରିୟାରେ ଜାତ ବିଭିନ୍ନ ଉପଜାତ ପଦାର୍ଥ ଉଦ୍ଭିଦର କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇ ରହେ । ଯଥା :-
ଖଇର ବା ଟାଟିନ, ଝୁଣା ବା ରେଜିନ, ଅଠା, କ୍ଷୀର, ତେନ୍ତୁଳିର ଟାର୍ଟାରିକ ଅମ୍ଳ, ଲେମ୍ବୁର ସାଇଟ୍ରିକ ଅମ୍ଳ, ସିନକୋନା ଗଛରେ ଥିବା କୁଇନାଇନ ଓ ତମାଖୁ ପତ୍ରରେ ଥିବା ନିକୋଟିନ
ଏହି ଅଦରକାରୀ ପଦାର୍ଥଗୁଡିକ ଯୋଗୁଁ ଉଦ୍ଭିଦର କ୍ଷତି ହୋଇ ନଥାଏ ତେଣୁ ଉଦ୍ଭିଦର ସ୍ୱତନ୍ତ୍ର ରେଚନ ଅଙ୍ଗ ରହିବାର ଆବଶ୍ୟକତା ନାହିଁ ।
ଉଦ୍ଭିଦରେ ଥିବା ବଳକା ପାଣି ଉତ୍ସ୍ଵେଦନ ପ୍ରକ୍ରିୟାରେ ବାହାରିଯାଇଥାଏ ।
ଅନେକ ଉଦ୍ଭିଦରେ ବର୍ଜ୍ୟବସ୍ତୁଗୁଡିକ କୋଷମଧ୍ୟସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ ।
ସ୍ଥଳବିଶେଷରେ ସେଗୁଡିକ ମଧ୍ୟ ପତ୍ରରେ ସଂଗୃହୀତ ହୁଏ ଓ ପରେ ବର୍ଜ୍ୟବସ୍ତୁଭରା ପତ୍ର ଶୁଖି ଝରିପଡ଼େ ।
ରେଜିନ ଓ ଟାନିନ୍ ପରି ବର୍ଜ୍ୟବସ୍ତୁ ଗୁଡିକ ପରିପକ୍ଵ ଜାଇଲେମରେ ସଂଗୃହୀତ ହୋଇଥାଏ ।