Skip to main content

ବୃକକର କାର୍ଯ୍ୟ || ଦଶମ ଶ୍ରେଣୀ (Class X) || Life Science Notes

 

ବୃକକର କାର୍ଯ୍ୟ

ବୃକକର ରକ୍ତ ଛଣା କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟ ହେଉଛି : -
ଶରୀରର ଜଳ ଓ ଧାତବଲବଣ ପରିମାଣର ନିୟନ୍ତ୍ରଣ କରିବା । 
ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା । 
ଶରୀରର ରକ୍ତଚାପ ନିୟନ୍ତ୍ରଣ କରିବା । 
ଏରିଥ୍ରୋପୋଇଏଟିନ (Erythropoietin) ନାମକ ହରମୋନ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିବା । 
ବୃକକ ପରିସ୍ରବଣ (Reabsorption), ପୁନଃଶୋଷଣ (Reabsorption), କ୍ଷରଣ (Secretion) ଏବଂ ନିଷ୍କାସନ (Excretion) ପ୍ରକ୍ରିୟା ମାଧ୍ୟମରେ ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ବଜାୟ ରଖିଥାଏ ।