ଶରୀରର ଅନ୍ୟ ରେଚନ ଅଙ୍ଗ
ରକ୍ତରୁ ଧାତବଲବଣ, ସାମାନ୍ୟ ୟୁରିଆ ଶୋଷିତ ହୋଇ ଝାଳ ଆକାରରେ ଶରୀରରୁ ଚର୍ମର ସ୍ଵେଦଗ୍ରନ୍ଥି ଦେଇ ନିଷ୍କାସିତ ହୋଇଥାଏ ।
ଝାଳ ବାଷ୍ପୀଭୂତ ହେବା ଫଳରେ ଶରୀର ଶୀତଳ ହୋଇଥାଏ ।
ଚୟାପଚୟରୁ ଉତ୍ପାଦିତ ବର୍ଜ୍ୟ ଯଥା ଖାଉଥିବା ଔଷଧର ଅବଶିଷ୍ଟାଂଶ, ମାତ୍ରାଧିକ ଭିଟାମିନ, ଲୋହିତ ରକ୍ତ କଣିକାର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥିବା ବର୍ଣ୍ଣକଣା ଇତ୍ୟାଦି ଯକୃତରୁ ନିର୍ଗତ ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ, ପରେ ସେଠାରୁ ମଳ ସହ ନିଷ୍କାସିତ ହୋଇଥାଏ ।
ଏହାଛଡ଼ା ନିଃଶ୍ଵାସ ଛାଡ଼ିଲା ବେଳେ ଫୁସଫୁସରୁ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପ ନିଷ୍କାସିତ ହୋଇଥାଏ ।