Skip to main content

ଗ୍ଲୋମେରୁଲସର କାର୍ଯ୍ୟ || ଦଶମ ଶ୍ରେଣୀ (Class X) || Life Science Notes

 

ଗ୍ଲୋମେରୁଲସର କାର୍ଯ୍ୟ

ଗ୍ଲୋମେରୁଲସରେ ରକ୍ତଛଣା କାର୍ଯ୍ୟ ସମ୍ପାଦିତ ହୋଇଥାଏ । 
ଗ୍ଲୋମେରୁଲସ ଭିତରେ ଥିବା ଅତି ସୂକ୍ଷ୍ମ ରନ୍ଧ୍ରଦେଇ ରକ୍ତରେ ଥିବା ରକ୍ତ କଣିକା ଓ କିଛି ବଡ ଅଣୁବିଶିଷ୍ଟ ପ୍ରୋଟିନ ପରିସ୍ରୁତ ହୋଇପାରେ ନାହିଁ । ତେଣୁ ଏହା ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ଉପାଦାନ ଯଥା ଜଳ, ଗ୍ଲୁକୋଜ, ଏମିନୋ ଏସିଡ, ୟୁରିଆ, ୟୁରିକ ଏସିଡ, କ୍ରିଏଟିନିନ, ସୋଡିୟମ କ୍ଲୋରାଇଡ, ପୋଟାସିୟମ କ୍ଲୋରାଇଡ ଆଦି ଛାଣି ହୋଇ ବୁକକୀୟ ନଳିକା ଭିତରକୁ ଚାଳିଆସେ । 
ଗ୍ଲୁକୋଜ ଓ  ଏମିନୋ ଏସିଡ ଭଳି ଉପାଦାନ ଆମ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ସେଗୁଡିକ ନିଷ୍କାସିତ ନହୋଇ ବୃକକୀୟ ନଳିକାକୁ ଘେରି ରହିଥିବା କୈଶିକ ରକ୍ତନଳୀ ଭିତରକୁ ପୁନଃଶୋଷିତ ହୋଇଥାଏ । 
ଏହି କୈଶିକ ରକ୍ତନଳୀମାନେ ମିଶି ବୃକକୀୟ ଶିରାରେ ପରିଣତ ହୁଏ ।



ମୂତ୍ରରେ ନିଷ୍କାସିତ ହେଉଥିବା ପଦାର୍ଥମାନଙ୍କ ଭିତରେ ମୁଖ୍ୟତଃ ଜଳ ଓ ୟୁରିଆ ଏବଂ ଅଳ୍ପ ପରିମାଣରେ ୟୁରିକ ଏସିଡ, କ୍ରିଏଟିନିନ, ବିଭନ୍ନ ଲବଣ ଯଥା ସୋଡିୟମ କ୍ଲୋରାଇଡ, ପୋଟାସିୟମ କ୍ଲୋରାଇଡ ଆଦି ପ୍ରଧାନ । 
ମୂତ୍ରରେ ୟୁରୋକ୍ରମ (Urochrome) ନାମକ ବର୍ଣ୍ଣକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ଈଷତ ହଳଦିଆ ହୋଇଥାଏ । 
ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ, ପ୍ରୋଟିନ ବା ରକ୍ତକଣିକା ଥିଲେ ଅଥବା ମୂତ୍ରର ବର୍ଣ୍ଣରେ ପରିବର୍ତ୍ତନ ଦେଖାଗଲେ ତାହା ରୋଗର ସୂଚନା ଦିଏ ।