Skip to main content

ରକ୍ତ କିଭଳି ଜମାଟ ବାନ୍ଧେ || ଦଶମ ଶ୍ରେଣୀ (Class X) || Life Science Notes

 

ରକ୍ତ କିଭଳି ଜମାଟ ବାନ୍ଧେ

ଖଣ୍ଡିଆ ହୋଇ ରକ୍ତ ବାହାରିଲେ କ୍ଷତ ଟିସୁ ଓ ଭାଙ୍ଗଯାଇଥିବା ଅଣୁଚକ୍ରିକା (Platelets) ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତସ୍ଥାନରେ ଥ୍ରମ୍ବୋପ୍ଲାଷ୍ଟିନ୍ (Thromboplastin) ନାମକ ଏକ ଲିପୋପ୍ରୋଟିନ୍ (Lipoprotein) ସୃଷ୍ଟି ହୁଏ ।  
ଏହା ରକ୍ତରେ ଥିବା କ୍ୟାଲସିୟମ୍ ଆୟନ (Ca++) ତଥା ଏନଜାଇମ ଉପସ୍ଥିତିରେ ପ୍ଲାଜ୍ମାରେ ଥିବା ପ୍ରୋଟିନ ପ୍ରୋଥ୍ରମ୍ବିନକୁ ଥ୍ରମ୍ବିନ ନାମକ ଏକ ସକ୍ରିୟ ଏନଜାଇମରେ ପରିଣତ କରାଏ ।  
ଥ୍ରମ୍ବିନ ପ୍ରଭାବରେ ଫାଈବ୍ରିନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜ୍ମା-ପ୍ରୋଟିନ୍  ଫାଈବ୍ରିନରେ ପରିଣତ ହୁଏ ।  
ଏହି ଫାଈବ୍ରିନ୍ କ୍ଷତ ସ୍ଥାନରେ ଠୁଳ ହୋଇ ସେଠାରେ ଏକ ସୂକ୍ଷ୍ମ ଜାଲ ତିଆରି କରେ ।  
ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବାଦ୍ୱାରା ଖଣ୍ଡିଆ ସ୍ଥାନ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ । ଫଳରେ କ୍ଷତରୁ ରକ୍ତ ବାହାରି ପାରେନାହିଁ ଏବଂ ରକ୍ତସ୍ରାବ ବନ୍ଦ ହୋଇଯାଏ ।  




ରକ୍ତରେ ହିପାରିନ୍ ନାମକ ପ୍ରୋଟିନ ରହିଛି ଯାହା ରକ୍ତକୁ ଜମାଟ ବନ୍ଧିବାକୁ ଦିଏନାହିଁ ।  
ଜୋକର ଲାଳରେ ଥିବା ହିରୁଡିନ୍ ମଧ୍ୟ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ ।  
ସେହିପରି ସୋଡିୟମ ଅକଜାଲେଟ ବା ପୋଟାସିୟମ୍ ଅକଜାଲେଟ୍ ଜାତୀୟ ଲବଣ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ ।