Skip to main content

ମାଛ ଏବଂ ବେଙ୍ଗରେ ରକ୍ତ ସଂଚାଳନ || ଦଶମ ଶ୍ରେଣୀ (Class X) || Life Science Notes

 

ମାଛରେ ରକ୍ତ ସଂଚାଳନ

ମାଛର ହୃତପିଣ୍ଡ ଦୁଇ ପ୍ରକୋଷ୍ଠବିଶିଷ୍ଟ ।  

ଏଥିରେ ରହିଛି ଗୋଟିଏ ଅଳିନ୍ଦ ଏବଂ ଗୋଟିଏ ନିଳୟ ।  

ଶରୀରରୁ ଅମ୍ଲଜାନଯୁକ୍ତ  ରକ୍ତ ସଂଗୃହିତ ହୋଇ ହୃତପିଣ୍ଡ ମଧ୍ୟ ଦେଇ ଗାଲି ଭିତରକୁ ଯାଏ, ଗାଲିରେ ରକ୍ତ ଦ୍ରବୀଭୁତ ଅମ୍ଲଜାନ ଆହରଣ କରେ ।  

ରକ୍ତ କେବଳ ଥରେ ମାତ୍ର ହୃତପିଣ୍ଡ ମଧ୍ୟ ଦେଇ ପ୍ରବାହିତହେଉଥିବାରୁ ଏ ପ୍ରକାର ରକ୍ତ ସଂଚାଳନକୁ ଏକକ ସଂଚାଳନ (Single circulation) କୁହାଯାଏ । 



ବେଙ୍ଗରେ ରକ୍ତ ସଂଚାଳନ

ବେଙ୍ଗର ହୃତପିଣ୍ଡ ତିନି ପ୍ରକୋଷ୍ଠବିଶିଷ୍ଟ । ଏଥିରେ ରହିଛି ଦୁଇଟି ଅଳିନ୍ଦ ଓ ଗୋଟିଏ ନିଳୟ । 

ଶରୀରରୁ ଅମ୍ଲଜାନବିହୀନ ରକ୍ତ ଆସି ଦକ୍ଷିଣ ଅଳିନ୍ଦରେ ପହଞ୍ଚେ । ଦକ୍ଷିଣ ଅଳିନ୍ଦର ସଂକୋଚନ ଫଳରେ ମ୍ଲଜାନବିହୀନ ରକ୍ତ ନିଳୟ ମଧ୍ୟକୁ ପ୍ରବେଶ କରେ ଓ ପରେ ଫୁସଫୁସକୁ  ଯାଏ ।  

ଫୁସଫୁସରୁ ଅମ୍ଲଯଜାନଯୁକ୍ତ ରକ୍ତ ଆସି ବାମ ଅଳିନ୍ଦରେ ପହଞ୍ଚେ ।  

ବାମ ଅଳିନ୍ଦର ସଂକୋଚନ ଫଳରେ ଅମ୍ଲଯଜାନଯୁକ୍ତ ରକ୍ତ ନିଳୟ ମଧ୍ୟକୁ ପ୍ରବେଶ କରେ ।  

ନିଳୟରେ ଉଭୟ ଅମ୍ଲଜାନବିହୀନ ରକ୍ତ ଓ ଅମ୍ଲଯଜାନଯୁକ୍ତ ରକ୍ତର ମିଶ୍ରଣ ହୁଏ ।  

ନିଳୟର ସଂକୋଚନ ହେଲେ ମିଶ୍ରିତ ରକ୍ତ ଧମନୀ ମଧ୍ୟଦେଇ ବିଭିନ୍ନ ଅଙ୍ଗକୁ ପ୍ରବାହିତ ହୋଇଥାଏ । 

ଉଭୟଚର ପ୍ରାଣୀମାନଙ୍କ ଶରୀରରେ ହେଉଥିବା ଚୟାପ୍ରଚୟ ଧୀର ମନ୍ଥର ଗତିରେ ହୋଇଥାଏ,ଏଥି ପାଇଁ କମ୍ ଶକ୍ତିର ଆବଶ୍ୟକ ହୋଇଥାଏ । ତେଣୁ ସେମାନଙ୍କ ଅମ୍ଲଜାନ ଚାହିଦା କମ୍ ।