ହରମୋନ କ୍ଷରଣର ନିୟନ୍ତ୍ରଣ ବ୍ୟବସ୍ଥା
ଆମ ଶରୀରର ବାହ୍ୟ ପରିବେଶ ସବୁବେଳେ ବଦଳୁଛି କିନ୍ତୁ ସମସ୍ଥିତି (Homeostasis) ବ୍ୟବସ୍ଥା ଦ୍ୱାରା ଶରୀରର ଅନ୍ତଃପରିବେଶ ସବୁ ସମୟରେ ବଜାୟ ରହିଥାଏ । ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡିକ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାମ କରୁଥିବାରୁ ଏହା ସମ୍ଭବ ହେଉଛି ।
ଉଦାହରଣ :-
ରକ୍ତରେ ଥାଇରକସିନ୍ ହରମୋନର ପରିମାଣ କମିଗଲେ, ଏହି ବାର୍ତ୍ତା ହାଇପୋଥଲାମସ୍ ନିକଟରେ ପହଞ୍ଚେ ।
ଏଥିରୁ ତୁରନ୍ତ ଥାଇରକସିନ୍ ରିଲିଜିଙ୍ଗ ହରମୋନ କ୍ଷରିତ ହୁଏ ଏବଂ ଏହାର ପ୍ରଭାବରେ ପିଟୁଇଟାରି ଗ୍ରନ୍ଥିରୁ କ୍ଷରିତ ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ ଥାଇରଏଡ ଗ୍ରନ୍ଥିକୁ ଥାଇରଏଡ ହରମୋନ ତିଆରି କରିବାକୁ ଆଦେଶ ଦିଏ ।
ରକ୍ତରେ ଥାଇରକସିନ୍ ହରମୋନର ପରିମାଣ ଆବଶ୍ୟକ ବା ସ୍ବାଭାବିକ ଅବସ୍ଥାକୁ ଆସିଲେ ହାଇପୋଥାଲାମସରୁ ଆପେଆପେ କ୍ଷରଣ ବନ୍ଦ ହୁଏ ।
ଆମ ଶରୀରର ଏହି ହରମୋନ କ୍ଷରଣ ବ୍ୟବସ୍ଥାକୁ 'ଫେରନ୍ତାସଙ୍କେତ ନିୟନ୍ତ୍ରଣ' (Feedback control) କୁହାଯାଏ ।