Skip to main content

ପ୍ରାନ୍ତୀୟ ସ୍ନାୟୁତନ୍ତ୍ର || ଦଶମ ଶ୍ରେଣୀ (Class X) || Life Science Notes


ପ୍ରାନ୍ତୀୟ ସ୍ନାୟୁତନ୍ତ୍ର

କରୋଟି ସ୍ନାୟୁ (Cranial nerve), ସୁଷୁମ୍ନା ସ୍ନାୟୁ (Spinal nerve) ଓ ସେମାନଙ୍କର ଶାଖା, ପ୍ରଶାଖାକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ । 
ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି । 
ଗ୍ରାହୀଅଙ୍ଗ (Receptor organ) ରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ସଂଜ୍ଞାବହ ବା ସେନ୍ସରୀ ସ୍ନାୟୁ (Sensory nerve) କୁହାଯାଏ । 
ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରୁ ଆଦେଶ ନେଇ ପେଶୀ (Muscle) ବା ଗ୍ରନ୍ଥି (Gland) ନିକଟରେ ପହଞ୍ଚାଉଥିବା ସ୍ନାୟୁମାନଙ୍କୁ ଆଜ୍ଞାବହ ବା ମୋଟର୍ ସ୍ନାୟୁ (Motor nerve) କୁହାଯାଏ । 

ସ୍ଵୟଂକ୍ରିୟା ସ୍ନାୟୁତନ୍ତ୍ର (Autonomic nervous system) 

ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ, ଖାଇବା, ପିଇବା, ପଢିବା ପରି କାମଗୁଡ଼ିକୁ ଐଚ୍ଛିକ କ୍ରିୟା (Voluntary action) କୁହାଯାଏ । 

ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥିବା କ୍ରିୟାକୁ (ଶ୍ଵାସକ୍ରିୟା, ରେଚନ, ରକ୍ତ ସଞ୍ଚାଳନ ଇତ୍ୟାଦି) ଅନୈଚ୍ଛିକ କ୍ରିୟା (Involuntary action) କୁହାଯାଏ । 

ସବୁ ପ୍ରକାର ଅନୈଚ୍ଛିକ କ୍ରିୟା ସ୍ଵୟଂକ୍ରିୟ ସ୍ନାୟୁତନ୍ତ୍ର ଦ୍ଵାରା ପରିଚାଳିତ । 

ସ୍ଵୟଂକ୍ରିୟ ସ୍ନାୟୁତନ୍ତ୍ର ସୁଷୁମ୍ନାକାଣ୍ଡ ସହିତ ସଂଯୁକ୍ତ ହୋଇ ରହିଛି ।