ପରିବହନର ପ୍ରକାରଭେଦ
ଉଦ୍ଭିଦ ଆବଶ୍ୟକତାକୁ ନେଇ ତିନି ପ୍ରକାର ପରିବହନ ଦେଖାଯାଏ, ଯଥା
(I) ଉର୍ଦ୍ଧ୍ଵ ପରିବହନ (Upward transpiration)
(II) ନିମ୍ନ ପରିବହନ (Downward transportation)
(III) ପାର୍ଶ୍ଵ ପରିବହନ (Lateral transpiration)
ଉର୍ଦ୍ଧ୍ଵ ପରିବହନରେ ଜଳ ଓ ପୋଷକ ପଦାର୍ଥ ତଳୁ ଉପରକୁ ଏବଂ ନିମ୍ନ ଓ ପାର୍ଶ୍ଵ ପରିବହନରେ ପତ୍ରରେ ପ୍ରସ୍ତୁତ ଖାଦ୍ୟ ବୃକ୍ଷର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ ।
ପରିବହନର ବିବିଧ ତତ୍ତ୍ଵ :
ଅତି ଉଚ୍ଚ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଜଳ ପରିବାହିତ ହେବା ପାଇଁ ତିନୋଟି ତତ୍ତ୍ଵ ହେଲା
(କ) କୈଶିକ ଆକର୍ଷଣ(Capillary attraction)
(ଖ) ମୂଳଜ ଚାପ (Root pressure)
(ଗ) ସଂସକ୍ତି ତତ୍ତ୍ଵ (Cohesion theory)
(କ) କୈଶିକ ଆକର୍ଷଣ(Capillary attraction):
ଗୋଟିଏ କୈଶିକ ନଳୀ (Capillary tube) କୁ
ଜଳରେ ବୁଡାଇଲେ କୈଶିକ ଆକର୍ଷଣ ଜନିତ ଚାପ ଏବଂ ଜଳର ଉଚ୍ଚ ପୃଷ୍ଠତାନ (Surface tension) ଫଳରେ
ଜଳ କୈଶିକ ନଳୀ ମଧ୍ୟ ଦେଇ କିଛି ଉପରକୁ ଉଠିଥାଏ ।
ନଳୀର ବ୍ୟାସ ଯେତେ ଛୋଟ ହୁଏ ଜଳର ଉଚ୍ଚତା
ସେତିକି ଅଧିକ ହୁଏ ।
ଜାଇଲେମ କୈଶିକ ନଳୀ ସଦୃଶ ଏବଂ ତାହା ମଧ୍ୟଦେଇ ଜଳ କୈଶିକ ଆକର୍ଷଣ ଯୋଗୁଁ
ଉପରକୁ ଉଠେ ।
ଏକ ମିଲିମିଟରର ୧୦୦ ଭାଗରୁ ୧ ଭାଗ ବ୍ୟାସ ବିଶିଷ୍ଟ ଜାଇଲେମ୍ ନଳୀରେ କୈଶିକ
ଆକର୍ଷଣ ଯୋଗୁଁ ଜଳ ୩ ମିଟର ପର୍ଯ୍ୟନ୍ତ ଉଠିପାରେ ।
ଜାଇଲେମ୍ ଟିସୁର ବ୍ୟାସ ୦.୦୦୧ ମିଲିମିଟରରୁ
କମ୍ ହେଲେ ଉକ୍ତ ନଳୀରେ ଜଳ ୧୦ ମିଟର ପର୍ଯ୍ୟନ୍ତ ଉପରକୁ
ଉଠିପାରେ ।
ଛୋଟ ଛୋଟ କମ୍ ଉଚ୍ଚ ଗଚ୍ଛ ପାଇଁ କୈଶିକ ଆକର୍ଷଣଜନିତ ଜଳର ପରିବହନ ସମ୍ଭବପର,
ମାତ୍ର ଅତି ଉଚ୍ଚ ବୃକ୍ଷ ପାଇଁ ଏହା ପର୍ଯ୍ୟନ୍ତ ନୁହେଁ ।
ଏକ ଉଦ୍ଭିଦର କାଣ୍ଡକୁ ଅଧାରୁ କାଟିଦେଲେ, କ୍ଷତ ସ୍ଥାନରୁ ଜଳୀୟ ପଦାର୍ଥ ବାହାରୁଥିବାର ଲକ୍ଷ୍ୟ କରାଯାଏ । ମୂଳଜ ଚାପ ଯୋଗୁଁ ଏହା ହୋଇଥାଏ ।
ଗଛର କଟା ଅଂଶରେ ମାନୋମିଟର ଖଞ୍ଜି ମୂଳଜ ଚାପ ମାପି ପାରିବା ।
ଜଳର ଉର୍ଦ୍ଧ୍ଵ ପରିବହନ ଯୋଗୁଁ ଉଚ୍ଚ ଗଛଗୁଡିକରେ ମୂଳଜ ଚାପ ଅଧିକ ହେବା କଥା ମାତ୍ର ତାହା ହୁଏ ନାହିଁ ।
ଯେତେବେଳେ ଉତ୍ସ୍ଵେଦନର ବେଗ ସର୍ବାଧିକ ସେହି ସମୟରେ ସର୍ବାଧିକ ଜଳ ଉପରକୁ ଉଠିଥାଏ । ଠିକ୍ ସେତିକିବେଳେ ମୂଳଜ ଚାପ ସର୍ବନିମ୍ନ ହୋଇଥାଏ ।
ଏହି ସବୁ କାରଣରୁ ଜଳ ପରିବହନରେ ମୂଳଜ ଚାପରେ ବିଶେଷ ଭୂମିକା ନାହିଁ କହିଲେ ଚଳେ ।
(ଗ) ସଂସକ୍ତି ତତ୍ତ୍ଵ (Cohesion theory):
ଉତ୍ସ୍ଵେଦନ ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣରେ ଜଳ କ୍ଷୟ ହୁଏ ।
ଜଳ କ୍ଷୟ ଯୋଗୁଁ ପତ୍ରଫଳକରେ ଜଳର ବିସରଣ ଚାପ (Diffusion Pressure) କମିଯାଏ ।
ତେଣୁ ପତ୍ରର ଶିରାପ୍ରଶିରାରେ ଜଳର ବିସରଣ ଚାପ ମଧ୍ୟ କମିଯାଏ ।
ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବା ପାଇଁ ଜଳ, କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ ।
କାଣ୍ଡରେ ଥିବା ଜାଇଲେମରେ ଜଳର ଧାରା ଅକ୍ଷୁଣ୍ଣ ରଖିବା ପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ।
ପତ୍ରପୃଷ୍ଠରେ ଉତ୍ସ୍ଵେଦନଜନିତ ଆକର୍ଷଣ (Transpiration Pull) ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଛିନ୍ନ ଧାରା ପ୍ରବାହିତ ହୁଏ । ଜଳର ଏହି ଧାରାକୁ ଉତ୍ସ୍ଵେଦନ ସ୍ରୋତ (Transpiration Stream) କୁହାଯାଏ ।
ଏହି ଜଳଧାରା ୨ଟି କାରଣ ଯୋଗୁଁ ସହଜରେ ଛିନ୍ନ ହୁଏ ନାହିଁ :
(କ) ଅତି ସୂକ୍ଷ୍ମ ନଳୀ ଭିତରେ ଜଳ ଅଣୁମାନଙ୍କ ମଧ୍ୟରେ ସଂସକ୍ତି ବଳ (Cohesive force or Cohesion) ଯଥେଷ୍ଟ ଅଧିକ ଥାଏ ।
(ଖ) ଜଳ ଓ ଜାଇଲେମ୍ ଭିତ୍ତି ମଧ୍ୟରେ ଥିବା ସଂଲଗ୍ନ ବଳ (Adhesive force or Adhesion) ଯୋଗୁଁ ଜଳ ସର୍ବଦା ଜାଇଲେମ୍ ଭିତ୍ତି ସହ ଲାଗି ରହେ ଏବଂ ଥରେ ଲାଗି ରହିଲେ ତାହା ସହଜରେ ସେଥିର୮ଉ ଛାଡିଯାଏ ନାହିଁ ।