ରାସାୟନିକ ସମନ୍ଵୟ (Chemical coordination)
ହରମୋନ ଦ୍ୱାରା ଶରୀରର ରାସାୟନିକ ସମନ୍ଵୟ ସମ୍ଭବ ହୋଇଥାଏ ।
ଆମ ଶରୀରରେ ଦୁଇପ୍ରକାର ଗ୍ରନ୍ଥି ରହିଛି; ଯଥା - ବହିଃସ୍ରାବୀ ଓ ଅନ୍ତଃସ୍ରାବୀ
ବହିଃସ୍ରାବୀ ଗ୍ରନ୍ଥି (Exocrine glands):
ଏଥିରୁ ଏନଜାଇମ କ୍ଷରିତ ହୁଏ । କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ (Duct) ଦେଇ ଗ୍ରନ୍ଥି ବାହାରକୁ ଆସେ ।
ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏନଜାଇମର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ ।
ଉଦାହରଣ - ଲାଳଗ୍ରନ୍ଥି, ଯକୃତ ଇତ୍ୟାଦି
ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands):
ଏଥିରୁ ହରମୋନ କ୍ଷରିତ ହୁଏ । ଏହି ଗ୍ରନ୍ଥିଗୁଡିକ ନାଳବିହୀନ, ତେଣୁ ସେଥିରୁ କ୍ଷରିତ ହରମୋନ ସିଧାସଳଖ ରକ୍ତରେ ମିଶେ ।
ରକ୍ତ ମାଧ୍ୟମରେ ହରମୋନ ଦୂର ସ୍ଥାନକୁ ଯାଇ ନିର୍ଦ୍ଧିଷ୍ଟ ଅଙ୍ଗ ବା ଟିସୁରେ କାର୍ଯ୍ୟ କରେ । କାର୍ଯ୍ୟ ସରିବା ପରେ ହରମୋନ ନଷ୍ଟ ହୋଇଯାଏ । ତେଣୁ ଏନଜାଇମ ପରି ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ ।
ଉଦାହରଣ - ପିଟୁଇଟାରି, ଥାଇରଏଡ ଇତ୍ୟାଦି
ସମନ୍ଵୟ ପଦ୍ଧତି:
ଆମ ଶରୀରରେ ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଏବଂ ସେଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଦୁଇ ପ୍ରକାର ପଦ୍ଧତି ରହିଛି, ଯଥା - (1) ସ୍ନାୟବିକ ପଦ୍ଧତି ଏବଂ (2) ରାସାୟନିକ ପଦ୍ଧତି ।
ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ ରାସାୟନିକ କ୍ରିୟା ଦ୍ୱାରା ସଂଚାରିତ ହୁଏ ।
ରାସାୟନିକ ପଦ୍ଧତିରେ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ବିଭିନ୍ନ ହରମୋନ ଦ୍ୱାରା ବାର୍ତ୍ତା ପ୍ରସାରିତ ହୁଏ ।
ତେଣୁ ସ୍ନାୟବିକ ପଦ୍ଧତିରେ କାର୍ଯ୍ୟ ତୁରନ୍ତ ହେଉଥିବା ବେଳେ ରାସାୟନିକ ପଦ୍ଧତିରେ
କାର୍ଯ୍ୟ ମନ୍ଥର ଭାବେ ହୋଇଥାଏ ।