Skip to main content

ରକ୍ତ ଚାପ (Blood Pressure) || ଦଶମ ଶ୍ରେଣୀ (Class X) || Life Science Notes

 

ରକ୍ତ ଚାପ (Blood Pressure)

ହୃତପିଣ୍ଡର ସଂକୋଚନ ବେଳେ ରକ୍ତ ଧମନୀ ମଧ୍ୟକୁ ପଶିଥାଏ । ଫଳରେ ଧମନୀର କାନ୍ଥରେ ରକ୍ତର ଚାପ ବଢ଼ିଯାଏ । ଶିଥିଳନ ବେଳେ କିଛି ବଳକା ରକ୍ତ ଧମନୀ ମଧ୍ୟରେ ଥାଏ ଓ ଧମନୀ କାନ୍ଥରେ ରକ୍ତ ଚାପ ପୂର୍ବାପେକ୍ଷା କମିଯାଏ ।  

ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟି ହୁଏ ତାହାକୁ ରକ୍ତଚାପ (Blood Pressure) କୁହାଯାଏ ।  

ହୃତପିଣ୍ଡର ସଂକୋଚନଜନିତ ଚାପକୁ ସିଷ୍ଟୋଲିକ (Systolic) ଚାପ ଓ ଶିଥିଳନ ବେଳର ବଳକା ରକ୍ତର ଚାପକୁ ଡାୟାଷ୍ଟୋଲିକ୍ (Diastolic) ଚାପ କୁହାଯାଏ ।  

ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିଷ୍ଟୋଲିକ୍ ଚାପ ୧୨୦ ମିମି ପାରଦମାନ (୧୨୦ mm Hg) ଏବଂ ଡାୟାଷ୍ଟୋଲିକ୍ ଚାପ ୮୦ ମିମି ପାରଦମାନ (80 mm Hg) ।  

ରକ୍ତଚାପ ସ୍ପିଗମୋମ୍ୟାନୋମିଟର (Sphygmomanometer) ସାହାଯ୍ୟରେ ମପାଯାଏ ।  

କୌଣସି କାରଣରୁ ଧମନୀ ସଂକୋଚିତ ହେଲେ ରକ୍ତଚାପ ବଢ଼ିଯାଏ । ଏହାକୁ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍ (Hypertension) କୁହାଯାଏ ।