Skip to main content

ରକ୍ତ ବର୍ଗ (Blood group) || ଦଶମ ଶ୍ରେଣୀ (Class X) || Life Science Notes

 

ରକ୍ତ ବର୍ଗ (Blood group)

ପ୍ରତ୍ୟକ ବ୍ୟକ୍ତିର ଏକ ନିର୍ଦ୍ଧିଷ୍ଟ ବର୍ଗର ରକ୍ତ ଥାଏ ଏହା କାର୍ଲ ଲ୍ୟାଣ୍ଡଷ୍ଟେଇନର ପ୍ରଥମେ ଆବିଷ୍କାର କରିଥିଲେ ।  
ସେ ଦର୍ଶାଇଥିଲେ ଯେ ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ଏଣ୍ଟିଜେନ୍ (Antigen) ନାମକ ଏକ ବିଶେଷ ପ୍ରୋଟିନ ଥାଏ । 
ଏହି ପ୍ରୋଟନକୁ ସେ AB ନାମରେ ନାମିତ କଲେ ।  
ପ୍ଲାଜମାରେ ସେହିପରି ରହିଛି ଦୁଇଟି ପ୍ରୋଟିନ ଯାହାକୁ ଏଣ୍ଟିବଡି (Antibody) କୁହାଯାଏ ।  

ଏକ ନିର୍ଦ୍ଧିଷ୍ଟ ଏଣ୍ଟିବଡି କେବଳ ତାହା ପାଇଁ ଉଦ୍ଧିଷ୍ଟ ଆଣ୍ଟିଜେନକୁ ଚିହ୍ନିପାରେ । 
ABO ରକ୍ତବର୍ଗ :

ଏଣ୍ଟିଜେନ୍ ଓ ଏଣ୍ଟିବଡି ର ଉପସ୍ଥିତି ଉପରେ ନିର୍ଭର କରି ମଣିଷରେ ଚାରୋଟି ମୁଖ୍ୟ ରକ୍ତବର୍ଗ ନିରୁପିତ ହୋଉଛି ।  

ଏହି ବର୍ଗ ଗୁଡିକ ହେଉଛି A, B, AB, O



Rh ରକ୍ତ ବର୍ଗ :

କାର୍ଲ ଲ୍ୟାଣ୍ଡଷ୍ଟେଇନର ଗବେଷଣା କରି ଦେଖିଥିଲେ ଯେ ପାତିମାଙ୍କଡର ଲୋହିତ ରକ୍ତକଣିକା ବାହ୍ୟ ଆବରଣରେ ଏକ ନୂଆ ପ୍ରକାର ଆଣ୍ଟିଜେନ୍ ପ୍ରୋଟିନ ରହିଛି ।  

ଏହି ଆଣ୍ଟିଜେନକୁ ସେ Rh ଆଣ୍ଟିଜେନ୍ ଭାବରେ ନାମିତ କଲେ ।  

ପରେ ସେହି Rh ଆଣ୍ଟିଜେନ୍ କିଛି ମଣିଷଙ୍କଠାରେ ଥିବାର ସେ ଆବିଷ୍କାର କରିଲେ ।  

Rh ଆଣ୍ଟିଜେନ୍ ଥିବା ମଣିଷମାନଙ୍କୁ Rh+ (Rh ପଜେଟିଭ୍) ଓ Rh ଆଣ୍ଟିଜେନ୍ ନଥିବା ମଣିଷମାନଙ୍କୁ Rh- (Rh ନେଗେଟିଭ୍ ) ଭାବରେ ବର୍ଗୀକରଣ କରାଗଲା ।