Skip to main content

ଶ୍ଵସନର ପ୍ରକାର ଭେଦ (Types of Respiration) || ଦଶମ ଶ୍ରେଣୀ (Class X) || Notes

 

ଶ୍ଵସନର ପ୍ରକାର ଭେଦ (Types of Respiration)

କୋଷ ଜୀବକରେ ଗ୍ଲାଇକୋଲିସିସ ପ୍ରକ୍ରିୟା ଦ୍ୱାରା ପାଇରୁଭିକ ଅମ୍ଳ ଉତ୍ପନ୍ନ ହେବାପରେ, ଅମ୍ଳଜାନର ମାତ୍ର ଅନୁଯାୟୀ ପାଇରୁଭିକ ଅମ୍ଳ ବିଭିନ୍ନ ଜୈବିକ କ୍ରିୟା ମାଧ୍ୟମରେ ପରିଚାଳିତ ହୋଇଥାଏ । 

ଅମ୍ଳଜାନର ଉପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଉପଜୀବୀ ଶ୍ଵସନ (Aerobic respiration) ଏବଂ  ଅମ୍ଳଜାନର ଅନୁପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଅପଜୀବୀ ଶ୍ଵସନ (Anaerobic respiration) କୁହାଯାଏ । 

ଅମ୍ଳଜାନ ଅନୁପସ୍ଥିତିରେ ଇଷ୍ଟ ଭଳି ଅନୁଜୀବ କୋଷରେ ପାଇରୁଭିକ ଅମ୍ଳ , 2-କାର୍ବନଯୁକ୍ତ ଇଥାନଲ ବା ସୁରାସାରରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଓ ଅଳ୍ପ ଶକ୍ତି ନିର୍ଗତ ହୁଏ । ଏହା ଏକ ବାୟୁ ଅପଜୀବୀ ଶ୍ଵସନ । ଏହାକୁ ମଧ୍ୟ ସୁରାସାର କିଣ୍ୱନ (Fermentation) କୁହାଯାଏ । 
ଅମ୍ଳଜାନ ଅଭାବରେ ପାଇରୁଭିକ ଅମ୍ଳ ପେଶୀ କୋଷରେ 3-କାର୍ବନଯୁକ୍ତ ଲାକଟିକ ଅମ୍ଳ (Lactic acid) ରେ ପରିଣତ ହୁଏ । ଲାକଟିକ ଅମ୍ଳ ପ୍ରଭାବରେ ସମୟ ସମୟରେ ମାଂସପେଶୀ ସଂକୋଚନ ବା ବାକୁଲା (Cramp) ହୋଇଯାଏ । ଏହା ମଧ୍ୟ ଏକ ବାୟୁ ଅପଜୀବୀ ଶ୍ଵସନ । 
ଅମ୍ଳଜାନ ଉପସ୍ଥିତିରେ ପାଇରୁଭିକ ଅମ୍ଳ ମାଈଟୋକଣ୍ଡ୍ରିଆକୁ ପ୍ରବେଶ କରେ ଓ ବିଭିନ୍ନ ଜୈବ ରାସାୟନିକ କ୍ରିୟା ମାଧ୍ୟମରେ ଶକ୍ତି ମୁକ୍ତ ହେବା ସହିତ ଅଙ୍ଗାରକାମ୍ଳ ଓ ଜଳ ନିର୍ଗତ କରିଥାଏ । ଏହାକୁ ବାୟୁ ଉପଜୀବୀ ଶ୍ଵସନ କୁହାଯାଏ ।