Skip to main content

ଉଦ୍ଭିଦରେ ପରିବହନ (Transport in Plants) || ଦଶମ ଶ୍ରେଣୀ (Class X) || Life Science Notes

 

ଉଦ୍ଭିଦରେ ପରିବହନ (Transport in Plants)

ଉଦ୍ଭିଦ ଶୋଷଣ କରିଥିବା ଅଙ୍ଗାରକାମ୍ଳ, ଜଳ, ଖଣିଜଲବଣ ଓ ପତ୍ରରେ ପ୍ରସ୍ତୁତ ହୋଇଥିବା ଶ୍ଵେତସାର ଜାତୀୟ ଖାଦ୍ୟକୁ ପରିବହନ ସସ୍ଥା ମାଧ୍ୟମରେ ଉଦ୍ଭିଦର ବିଭିନ୍ନ ଅଂଶକୁ ଯାଇଥାଏ ।

ଉଦ୍ଭିଦରେ ଜଳ ପରିବହନ :

ଉଦ୍ଭିଦ ଆଲୋକଶ୍ଲେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିବା ପାଈଁ ଜଳ ଓ ଖଣିଜଲବଣ ଆବଶ୍ୟକ କରିଥାଏ । ଏହି ଜଳ ଓ ଖଣିଜଲବଣକୁ ଉଦ୍ଭିଦ ଚେର ଦ୍ବାରା ମାଟିରୁ ଶୋଷଣ କରି ଜାଇଲେମ ଟିସୁ ମାଧ୍ୟମରେ ଉଦ୍ଭିଦର ବିଭିନ୍ନ ଅଂଶକୁ ଯାଇଥାଏ । 

ଉଦ୍ଭିଦରେ ଜଳ ପରିବହନର ପ୍ରଣାଳୀ : 

ଏହି ପ୍ରଣାଳୀକୁ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିହେବ । 

ପ୍ରଥମ ପର୍ଯ୍ୟାୟରେ ଜଳ ଓ ଦ୍ରବିଭୁତ ଧତବଲବଣକୁ ଉଦ୍ଭିଦ ମାଟିରୁ ଚେରର ଶେଷାଂଶ ଆଡକୁ ଥିବା ମୂଳଲୋମ ସାହାଯ୍ୟରେ ଶୋଷଣ କରେ । 

ମୂଳଲୋମର କୋଷଜୀବକର ସାନ୍ଦ୍ରତା ଅଧିକ କିନ୍ତୁ ମୃତ୍ତିକାସ୍ଥ ଦ୍ରବଣର ସାନ୍ଦ୍ରତା କମ୍ । ଏହି ତାରତମ୍ୟରେ ସମତା ଆଣିବା ପାଇଁ ମୂଳଲୋମର କୋଷ ଭିତରକୁ ମୃତ୍ତିକାସ୍ଥ ଦ୍ରବଣ ପ୍ରବେଶ କରେ । ଏହି ପ୍ରକ୍ରିୟାକୁ ପାରସୃତି ପଦ୍ଧତି କୁହାଯାଏ ।

ସମୟ ସମୟରେ ମୂଳଲୋମର କୋଷଜୀବକର ସାନ୍ଦ୍ରତା କମ୍ ଥାଇ ମଧ୍ୟ ଅଧିକ ସାନ୍ଦ୍ରତା ବିଶିଷ୍ଟ ମୃତ୍ତିକାସ୍ଥ ଦ୍ରବଣ ବିପଚନ ଶକ୍ତିକୁ ବ୍ୟବହାର କରି ମୂଳଲୋମର କୋଷ ଭିତରକୁ ପବେଶ କରେ । ଏଥିରେ ମୂଳର ଅଂଶ ସକ୍ରିୟ ଭାବେ ସମ୍ପୃକ୍ତ ହେଉଥିବାରୁ ଏହାକୁ ଜଲାର ସକ୍ରିୟ ଶୋଷଣ କୁହାଯାଏ ।

ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ।  

ମୂଳଲୋମ କୋଷରେ ଏହିସବୁ ଜଳୀୟ ଦ୍ରବଣର ପ୍ରବେଶ ପରେ ତାହା ବିସରଣ ପ୍ରକ୍ରିୟାରେ ମୂଳର ଜାଇଲେମକୁ ଚାଲିଯାଏ ।  
ଜାଇଲେମ୍ ଚାରି ପ୍ରକାର ଟିସୁକୁ ନେଇ ଗଠିତ ସେଗୁଡିକ ହେଲା ଟ୍ରାକିଡ, ଭେସେଲ, ଜାଇଲେମ୍ ପାରେନକାଇମା, ଜାଇଲେମ୍ ଫାଇବର୍ । 
ଜାଇଲେମ୍ ଟିସୁର ଟ୍ରକିଡ଼ ଓ ଭେସେଲ୍ ମୂଳଠାରୁ ଆରମ୍ଭ କରି ଗଛର ଅଗ୍ରଭାଗ ପଯ୍ୟନ୍ତ ପରସ୍ପର ସଂଯୋଜିତ ରହି ଏକ ଅବିଛିନ୍ନ ଜଳ ପରିବହନ ସଂସ୍ଥା ଗଠନ କରିଥାନ୍ତି । 
ତେଣୁ ଥରେ ମୂଳର ଜାଇଲେମ ଟିସୁରେ ଜଳର ଦ୍ରବଣ ପ୍ରବେଶ କଲେ ତାହା ଜଳର ଏହି ଅବିଛିନ୍ନ ସଂସ୍ଥା ମାଧ୍ୟମରେ ଉଦ୍ଭିଦର ଯେକୌଣସି ଅଂଶକୁ ଯାଇପାରେ ।  
ଛୋଟ ଛୋଟ ଉଦ୍ଭିଦରେ ଏହି ପ୍ରକ୍ରିୟା ଦ୍ବାରା ଜଳୀୟ ଦ୍ରବଣ ଉଦ୍ଭିଦର ବିଭିନ୍ନ ଅଂଶରେ ପହଂଚିପାରେ କିନ୍ତୁ ବଡ ବଡ ଗଚ୍ଛ ପାଇଁ ମୂଳରେ ସୃଷ୍ଟି ହେଉଥିବା ଚାପ ସବୁ ଅଂଶକୁ ଜଳ ପରିବହନ ପାଇଁ ଆଦୌ ଯଥେଷ୍ଟ ହୋଇ ନଥାଏ । 
ବଡ ବଡ ଗଛରେ ଜଳ ପରିବହନ ଉତ୍ସ୍ଵେଦନ ଚାପର ନିଷ୍କ୍ରୟ ଶୋଷଣ ଯୋଗୁଁ ସମ୍ଭବ ହୋଇଥାଏ । ଏହି ଉତ୍ସ୍ଵେଦନ ଚାପ ପତ୍ରର ଉତ୍ସ୍ଵେଦନ ଯୋଗୁଁ ସୃଷ୍ଟି ହୋଇଥାଏ । 

 ଉଦ୍ଭିଦରେ ପୋଷାକର ପରିବହନ :

ସବୁଜ ପତ୍ରରେ ଆଲୋକଶ୍ଲେଷଣ ଦ୍ୱାରା ସୃଷ୍ଟି ହେଉଥିବା ଶ୍ଵେତସାର ଜାତୀୟ ଖାଦ୍ୟ ଓ ଚୟାପଚୟ ପ୍ରକ୍ରିୟାରେ ଉଦ୍ଭିଦର ବିଭିନ୍ନ ଅଂଶରେ ସଂଶ୍ଲେଷିତ ଉପାଦାନ ଯଥା ଆମିନୋଅମ୍ଳ ଆଦି ତାହାର ବିଭିନ୍ନ ଆବଶ୍ୟକ ଅଙ୍ଗକୁ ପରିବାହିତ ହୋଇଥାଏ । ଏହାକୁ ପୋଷଣର ସ୍ଥାନାନ୍ତରଣ କୁହାଯାଏ । 
ପୋଷକର ପରିବହନ ଫ୍ଲୋଏମ୍ ଟିସୁ ଦ୍ୱାରା ହୋଇଥାଏ । 
ସଂଶ୍ଲେଷିତ ସ୍ଥାନରୁ ବ୍ୟବହାର ହେଉଥିବା ସ୍ଥାନକୁ ପୋଷକ ପରିବାହିତ ହୋଇ ଉଦ୍ଭିଦର ଜୀବନ ପ୍ରକ୍ରିୟା ଚାଲୁ ରଖେ ।  
ସଂଶ୍ଲେଷଣ ହେଉଥିବା ସ୍ଥାନକୁ ପୋଷକର ଉତ୍ସ (Source) ଏବଂ ବ୍ୟବହୃତ ହେଉଥିବା ସ୍ଥାନକୁ ଜମାଭୁକ୍ତ ଅଂଶ (Sink) କୁହାଯାଏ ।