ଉତ୍ସ୍ଵେଦନ ସ୍ରୋତ (Transpiration stream)
ଉତ୍ସ୍ଵେଦନ :
ଉଦ୍ଭିଦ ଶୋଷଣ କରିଥିବା ଅତ୍ୟଧିକ ଜଳକୁ ତାର ବାୟବିୟ ଅଂଶ ମାଧ୍ୟମରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ନିଷ୍କାସନ କରିଥାଏ । ଏହି ପ୍ରକ୍ରିୟାକୁ ଉତ୍ସ୍ଵେଦନ କୁହାଯାଏ
ଅଧିକାଂଶ ଜଳର ଉତ୍ସ୍ଵେଦନ ପତ୍ରରେ ଥିବା ସ୍ତୋମ୍ ବାଟ ଦେଇ ହୋଇଥାଏ ।
ଏହା ଛଡା ଉଦ୍ଭିଦ ପତ୍ରର ଅଧିତ୍ଵଚାର ଉପରିଭାଗରେ ଅଠାଳିଆ ପଦାର୍ଥ ଦ୍ୱାରା ତିଆରି ତ୍ଵଚାବରଣ ଓ ବଡବଡ ଗଛର ବକ୍କଳରେ ଥିବା ଅତି ସୂକ୍ଷ୍ମ ଖୋଲା ଅଂଶ ବାତରନ୍ଦ୍ର ଦ୍ୱାରା ଅଳ୍ପ ପରିମାଣରେ ଉତ୍ସ୍ଵେଦନ ସଂଘଟିତ ହୋଇଥାଏ ।
ଉତ୍ସ୍ଵେଦନ ସ୍ରୋତ :
ଉତ୍ସ୍ଵେଦନ ପ୍ରକ୍ରିୟା ମାଧ୍ୟମରେ ପତ୍ରର ସ୍ତୋମ୍ ବାଟେ ଅତିରିକ୍ତ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ମୁକ୍ତ ହୁଏ ।
ସ୍ତୋମରେ ଜଳ କ୍ଷୟ ଜନିତ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ପତ୍ରର ବାହିକାରୁ ସ୍ତୋମକୁ ଜଳ ଆସେ ।
ଏହିପରି ଭାବରେ ପତ୍ରର କୋଷରୁ ଜଳ କ୍ଷୟ ହୋଇ ସେଥିରେ “ସଂଶୋଷଣ ଚାପ” (Suction pressure) ସୃଷ୍ଟି ହୁଏ ।
ଏହି ସଂଶୋଷଣ ଚାପ ଦ୍ୱାରା ଉଦ୍ଭିଦର ମୂଳରୁ ତାହାର ଉପର ଅଂଶକୁ ଜଳ ପରିବାହିତ ହୁଏ ।
ଏହି ପରି ଭାବରେ ଉଦ୍ଭିଦରେ ଜଳର ଶୋଷଣକୁ ନିଷ୍କ୍ରିୟ ଶୋଷଣ (Passive absorption) କୁହାଯାଏ ।
ଉତ୍ସ୍ଵେଦନର ଉପକାରିତା :
ଏହା ଦ୍ୱାରା ଜାଇଲେମ୍ ଟିସୁ ମଧ୍ୟରେ ଜଳ ଓ ଖଣିଜଲବଣର ପରିବହନ ସମ୍ଭବ ହୁଏ ।
ଏହା ଦ୍ୱାରା ଗଚ୍ଛ ଅତ୍ୟଧିକ ଜଳକୁ ବାୟୁମଣ୍ଡଳକୁ ନିଷ୍କାସନ କରେ ।
ଏହା ଦ୍ୱାରା ଗଛର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ ।
ଏହା ଦ୍ୱାରା ଜଳ ଓ ଖଣିଜଲବଣ ଉଦ୍ଭିଦର ବିଭିନ୍ନ ଅଂଶକୁ ପହଂଚିପାରେ ।