କୋଷୀୟ ଶ୍ଵସନ (Respiration)
ପୋଷଣ ପ୍ରକ୍ରିୟାରେ ଗ୍ରହଣ କରିଥିବା ଖାଦ୍ୟ ଜୀବ ଶରୀର ମଧ୍ୟରେ ସରଳ ଉପାଦାନରେ ପରିଣତ ହୁଏ ।
ଶ୍ଵସନ ପ୍ରକ୍ରିୟାରେ ଗ୍ଲୁକୋଜ ଭଳି ସରଳ ଖାଦ୍ୟ ଜାରିତ ହୋଇ ବ୍ୟବହାରକ୍ଷମ ଶକ୍ତି ATP ହେବା ସହିତ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।
କୋଷୀୟ ଶ୍ଵସନ :-
ଖାଦ୍ୟର ଜାରଣ, ଶକ୍ତି ମୋଚନ ଓ ଅଙ୍ଗାରକାମ୍ଳ ନିର୍ଗମନ ପ୍ରକୃତପକ୍ଷେ କୋଷ ମଧ୍ୟରେ ସାଧିତ ହେଉଥିବାରୁ ଶ୍ଵସନକୁ କୋଷୀୟ ଶ୍ଵସନ କୁହାଯାଏ ।
କୋଷୀୟ ଶ୍ଵାସନ ତିନି ପର୍ଯ୍ୟାୟରେ ଘଟିଥାଏ । ଯଥା -
୧. ଗ୍ଲାଇକୋଲିସିସ୍ (Glycolysis)
୨. ସାଇଟ୍ରିକ ଅମ୍ଳ ଚକ୍ର (Citric acid cycle)
୩. ଇଲେକଟ୍ରନ୍ ପରିବହନ ସଂସ୍ଥା(Electron transport system)
କୋଷ ଜୀବକରେ ଗ୍ଲାଇକୋଲିସିସ୍ (Glycolysis) ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।
ମାଈଟୋକଣ୍ଡ୍ରିଆର ମାଟ୍ରିକ୍ସରେ ସାଇଟ୍ରିକ ଅମ୍ଳ ଚକ୍ର (Citric acid cycle) ଓ ଅନ୍ତଃଝିଲ୍ଲୀରେ ଇଲେକଟ୍ରନ୍ ପରିବହନ ସଂସ୍ଥା(Electron transport system) ସମ୍ପାଦିତ ହୋଇଥାଏ ।
୧. ଗ୍ଲାଇକୋଲିସିସ୍ (Glycolysis)
ଏହି ପ୍ରକ୍ରିୟାରେ ଗ୍ଲୁକୋଜର ବିଘଟଣ ଦୁଇ ସୋପାନରେ ହୋଇଥାଏ ।
ପ୍ରଥମ ସୋପାନରେ 6-କାର୍ବନଯୁକ୍ତ ଗ୍ଲୁକୋଜ ଅଣୁ ATP (Adenosine Triphosphate) ଗ୍ରହଣ କରି ଉଦ୍ଦୀପିତ ହେବା ଦ୍ଵାରା ଦୁଇଟି 3-କାର୍ବନଯୁକ୍ତ ସରଳ ଶର୍କରାରେ ବିଭକ୍ତ ହୁଏ ।
ଦ୍ଵିତୀୟ ସୋପାନରେ ପ୍ରତି 3-କାର୍ବନଯୁକ୍ତ ସରଳ ଶର୍କରା ଜୈବ ରାସାଯନିକ କ୍ରିୟା ଦ୍ୱାରା 3-କାର୍ବନଯୁକ୍ତ ପାଇରୁଭିକ୍ ଅମ୍ଳରେ ପରିଣତ ହୁଏ ।
ଏହି ସୋପାନରେ ATP ଏବଂ ଶକ୍ତିସମ୍ପନ୍ନ ବିଜାରିତ ସହକାରକ ନିକୋଟିମାଇଡ ଏଡେନାଇନ୍ ଡ଼ାଇନ୍ୟୁକ୍ଲିଟୋଇଡ (NADH2) ଉତ୍ପନ୍ନ ହୁଏ ।
୨. ସାଇଟ୍ରିକ ଅମ୍ଳ ଚକ୍ର (Citric acid cycle)
ଅମ୍ଳଜାନ ଉପସ୍ଥିତିରେ ପାଇରୁଭିକ୍ ଅମ୍ଳ ମାଈଟୋକଣ୍ଡ୍ରିଆର ମାଟ୍ରିକ୍ସ ମଧ୍ୟକୁ ପ୍ରବେଶ କରେ ଓ ସାଇଟ୍ରିକ ଅମ୍ଳ ଚକ୍ରରେ ଭାଗନିଏ ।
ଏହା ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ ।
ପ୍ରଥମ ପର୍ଯ୍ୟାୟରେ ମାଈଟୋକଣ୍ଡ୍ରିଆ ମାଟ୍ରିକ୍ସରେ ଥିବା ଏନଜାଇମ ଦ୍ୱାରା ପାଇରୁଭିକ୍ ଅମ୍ଳ 2-କାର୍ବନଯୁକ୍ତ ସକ୍ରିୟ ଅଣୁରେ ପରିବର୍ତ୍ତିତ ହୁଏ ଓ ଅଙ୍ଗାରକାମ୍ଳ ନିର୍ଗତ ହୁଏ । ଏହି ପର୍ଯ୍ୟାୟରେ NADH2 ସଂଶ୍ଳେଷିତ ହୋଇଥାଏ ।
ଦ୍ଵିତୀୟ ପର୍ଯ୍ୟାୟରେ ସାଇଟ୍ରିକ ଅମ୍ଳ ଚକ୍ରର ଗ୍ରାହକ ଅଣୁ, 4-କାର୍ବନଯୁକ୍ତ ଅକ୍ସାଲୋଏସେଟିକ ଅମ୍ଳ (OAA) 2-କାର୍ବନଯୁକ୍ତ ସକ୍ରିୟ ଅଣୁକୁ ଗ୍ରହଣ କରି 6-କାର୍ବନଯୁକ୍ତ ସାଇଟ୍ରିକ ଅମ୍ଳରେ ପରିଣତ ହୁଏ ।
ସାଇଟ୍ରିକ ଅମ୍ଳ ଚକ୍ରାକାରରେ ବିଭିନ୍ନ ଜୈବିକ ଅମ୍ଳରେ ପରିବର୍ତ୍ତିତ ହେବା ସହିତ ଶେଷରେ ଗ୍ରାହକ ଅଣୁ OAA କୁ ପୁନରୁତ୍ପାଦନ କରାଏ ।
ଏହି ପର୍ଯ୍ୟାୟରେ ଅଙ୍ଗାରକାମ୍ଳ ନିର୍ଗତ ହେବା ସହିତ ବିଜାରିତ ସହକାରକ NADH2, FADH2 ଓ ATP ଉତ୍ପନ୍ନ ହୁଏ ।
ଶୃଙ୍ଖଳ ଶେଷରେ ଥିବା ବାହକ ଅଣୁ ଏକ ଏନଜାଇମ ଦ୍ୱାରା ଇଲୋକଟ୍ରନ ସହିତ ମାଟ୍ରିକ୍ସରେ ଥିବା ଦ୍ରବୀଭୂତ ଅମ୍ଳଜାନକୁ ମିଶାଇ ଜଳ ସୃଷ୍ଟି କରେ ।
ଇଲୋକଟ୍ରନ ବାହକ ଶୃଙ୍ଖଳରେ ଇଲୋକଟ୍ରନ ଗତି କରିବା ସମୟରେ ଦୁଇ ଝିଲ୍ଲୀ ମଧ୍ୟରେ ଥିବା ଅନ୍ତଃବର୍ତ୍ତୀ ସ୍ଥାନରେ ଅଧିକ ପରିମାଣରେ ପ୍ରୋଟିନ ଜମା ହୁଏ ।
ଏହା ଦ୍ୱାରା ଏକ ପ୍ରକାର ପ୍ରୋଟିନ ଗତି ସକ୍ଷମ ବଳ ତିଆରି ହୁଏ ।
ଏହି ବଳକୁ ଉପଯୋଗ କରି ATP ସିନ୍ଥେଜ ନାମକ ଏନଜାଇମ ATP ପ୍ରସ୍ତୁତ କରେ ।