ଲାଳରେ ଥିବା ଟାୟାଲିନ୍ ଜଟିଳ ଶ୍ଵେତସାର ଜାତୀୟ ଖାଦ୍ୟକୁ ସରଳ କରେ
ପରୀକ୍ଷା :
ଗୋଟିଏ କଂଚା ଲଙ୍କାକୁ ଜିଭରେ ଘସିଲେ ରାଗ ପ୍ରଭାବରୁ ପାଟିରୁ
ଆପେଆପେ ଲାଳ ଝରିବ । ଗୋଟିଏ ପରୀକ୍ଷା ନଳୀରେ 5ml ଲାଳ ସଂଗ୍ରହ କର ।
ଏହି ଲାଳକୁ ସମପରିମାଣରେ ଭାଗ କରି ଦୁଇଟି ପରୀକ୍ଷା ନଳୀ ‘କ’
ଓ ‘ଖ’ ରେ ରଖାଯାଉ ।
ଉଭୟ ପରୀକ୍ଷା ନଳୀରେ 5ml ର 1% ମଣ୍ଡଦ ବା ଷ୍ଟାର୍ଚ ଦ୍ରବଣ ମିଶାଅ ।
‘କ’ ପରୀକ୍ଷା ନଳୀରେ 3 ରୁ 4 ବୁନ୍ଦା ଆୟୋଡିନ୍ ଦ୍ରବଣ ମିଶାଅ ।
‘ଖ’ ପରୀକ୍ଷା ନଳୀକୁ 20 ରୁ 30 ମିନିଟ୍ ରଖିବାପରେ ସେଥିରେ 3 ରୁ 4
ବୁନ୍ଦା ଆୟୋଡିନ୍ ଦ୍ରବଣ ମିଶାଅ ।
ପର୍ଯ୍ୟବେକ୍ଷଣ :
ଆମେ ଦେଖିବା ଯେ ‘କ’ ପରୀକ୍ଷା ନଳୀଟି ନୀଳବର୍ଣ୍ଣ ହୋଇଗଲା
କିନ୍ତୁ ‘ଖ’ ପରୀକ୍ଷା ନଳୀର ବର୍ଣ୍ଣ ପରିବର୍ତ୍ତନ ହେଲାନାହିଁ ।
ସିଦ୍ଧାନ୍ତ :
ଏହି ପରୀକ୍ଷାରୁ ଆମେ ଜାଣିଲେଯେ ‘କ’ ପରୀକ୍ଷା ନଳୀରେ ଥିବା ମଣ୍ଡଦ ସଂସ୍ପର୍ଶରେ ଆୟୋଡିନ୍ ଆସିବା ଫଳରେ ଏହା ନିୀଳବର୍ଣ୍ଣ ଧାରଣ କଲା କିନ୍ତୁ ‘ଖ’ ପରୀକ୍ଷା ନଳୀ ରେ 20 ରୁ 30 ମିନିଟ୍ ପରେ ଆୟୋଡିନ୍ ମିଶାଯାଇଥିବାରୁ ଲାଳରେ ଥିବା ଟାୟାଲିନ୍ ମଣ୍ଡଦକୁ ହଜମ କରିଦେଇଛି । ତେଣୁ ଆୟୋଡିନର ବର୍ଣ୍ଣ ପରିବର୍ତ୍ତନ ହେଲାନାହିଁ ।