ଆଲୋକଶ୍ଲେଷଣ ପାଈଁ ଅଙ୍ଗାରକାମ୍ଳ ଆବଶ୍ୟକ
ପରୀକ୍ଷା :
ନରମ କର୍କ ଠିପି ଥିବା ଏକ ବୋତଲ ନିଅ । ଏହାର ଠିପିକୁ ଦୁଇ
ଫାଳ କରି କଟି ଦିଆ ।
ବୋତଲ ଭିତରେ କିଛି କଷ୍ଟିକ୍ ପଟାସ ରଖି ଏହି କଟା ଠିପି ଦେଇ
ଏକ ସରୁପତ୍ରର କିଛି ଅଂଶ ବୋତଲ ଭିତରକୁ ପୂରେଇଦେଇ ଠିପିକୁ ଭଲଭାବରେ ବନ୍ଦ କରିଦିଅ ।
ବୋତଲ ଭିତରକୁ ବାୟୁ ଯାତାୟତ ନକରିବା ପାଈଁ କିଛି ମହମ ତରଳାଇ
ବୋତଲ ମୁହଁକୁ ସିଲ୍ କରିଦିଅ ।
ବର୍ତ୍ତମାନ ପତ୍ରର ଡେମ୍ଫକୁ ଏକ ପାଣି ପାତ୍ରରେ ବୁଡାଇ ରଖି
ପତ୍ରଟିକୁ ସୂର୍ଯ୍ୟାଲୋକରେ 2 ରୁ 3 ଘଣ୍ଟା ରଖ ।
ତାପରେ ପତ୍ରଟିକୁ ବାହାର କରି ଫୁଟନ୍ତା ସୁରାସାରରେ କିଛି ସମୟ
ବୁଡାଇ ରଖି ଯେପରିକି ପତ୍ରର ସମସ୍ତ ହରିତକଣା ବାହାରି ପତ୍ରଟି ରଙ୍ଗହୀନ ହୋଇଯିବ ।
ଏହାପରେ ପତ୍ରଟିକୁ ଭଲଭାବରେ ଧୋଇଦେଇ ଲଘୁ ଆୟୋଡିନ୍ ଦ୍ରବଣରେ
ବୁଡାଇବା ।
ପର୍ଯ୍ୟବେକ୍ଷଣ :
ଆମେ ଦେଖିବାଯେ ପତ୍ରର ଯେଉଁ ଅଂଶ ଗୁଡ଼ିକ ବୋତଲ ଭିତରେ ଥିଲା ସେହି ଅଂଶର କିଛି ପରିବର୍ତ୍ତନ ହୋଇନାହିଁ କିନ୍ତୁ ଯେଉଁ ଅଂଶ ଗୁଡ଼ିକ ବାହାରେ ଥିଲା ସେହି ଅଂଶ ଗୁଡ଼ିକ ନୀଳବର୍ଣ୍ଣ ଧାରଣ କଲା ।
ସିଦ୍ଧାନ୍ତ :
ଏହି ପରୀକ୍ଷାରୁ ଆମେ ଜାଣିଲେଯେ ବୋତଲ ମଧ୍ୟରେ କଷ୍ଟିକ ପଟାସ ଥିବାରୁ ଏହା ଅଙ୍ଗାରକାମ୍ଳ ଗ୍ୟାସ୍ କୁ ଶୋଷଣ କରିଦେବା ଫଳରେ ଆଲୋକଶ୍ଲେଷଣ ହେଲା ନାହିଁ ।