Skip to main content

ଆଲୋକଶ୍ଲେଷଣ ପାଇଁ ପତ୍ରହରିତ ଆବଶ୍ୟକ ପରୀକ୍ଷଣ || ପୋଷଣ (NUTRITION) || Class X || Notes

 

ଆଲୋକଶ୍ଲେଷଣ ପାଇଁ ପତ୍ରହରିତ  ଆବଶ୍ୟକ 


ପରୀକ୍ଷା :

ଏକ ବିକରରେ ପାଣି ପୂରାଇ ଚିତ୍ରିତ ପତ୍ରଥିବା ଯେକୌଣସି ଏକ ଗଛର ଗୋଟିଏ ଡାଳକୁ ସେଥିରେ ରଖ ଓ ବିକରଟିକୁ ସୂର୍ଯ୍ୟାଲୋକରେ 2 ରୁ 3 ଘଣ୍ଟା ରଖ । 
ଏହା ପରେ ଏକ ଚିତ୍ରିତ ପତ୍ର ଛିଣ୍ଡାଇ ଆଣି ଏହାର ନକ୍ସା ଏକ ଟ୍ରେସିଙ୍ଗ କାଗଜ ଉପରେ ଆଙ୍କି ସେଥିରେ ସବୁଜ ଦେଖାଯାଉଥିବା ଅଂଶଗୁଡିକୁ ଠିକ୍ ଭାବରେ ଚିହ୍ନିତ କର । 
ତାପରେ ପତ୍ରଟିକୁ ଫୁଟନ୍ତା ସୁରାସାରରେ କିଛି ସମୟ ବୁଡାଇରଖ ଯେପରିକି ପତ୍ରର ସମସ୍ତ ହରିତକଣା ବାହାରି ପତ୍ରଟି ରଙ୍ଗହୀନ ହୋଇଯିବ  । 
ଏହା ପରେ ପତ୍ରଟିକୁ ଭଲଭାବରେ ଧୋଇ ଦେଇ ଲଘୁ ଆୟୋଡିନ୍ ଦ୍ରବଣରେ ବୁଡାଇବା । 




ପର୍ଯ୍ୟବେକ୍ଷଣ :

ଆମେ ଦେଖିବାଯେ ପତ୍ରଟିର ଯେଉଁ  ଅଂଶ ଗୁଡ଼ିକ ସବୁଜ ଦେଖାଯାଉଥିଲା ସେହି ଅଂଶ ଗୁଡ଼ିକ ନୀଳବର୍ଣ ପଡିଯାଇଛି ।

ସିଦ୍ଧାନ୍ତ :

ଏହି ପରୀକ୍ଷାରୁ ଆମେ ଜାଣିଲେଯେ ପତ୍ରର ଯେଉଁ ଅଂଶରେ ହରିତକଣା ଥିଲା ସେହି ଅଂଶ ଗୁଡିକରେ ଆଲୋକଶ୍ଲେଷଣ ପ୍ରକ୍ରିୟା ହୋଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ ହୋଇଛି ଯାହା ଆୟୋଡିନ୍ ସଂସ୍ପର୍ଶରେ ଆସି ନୀଳବର୍ଣ୍ଣ ଧାରଣ କଲା କିନ୍ତୁ ଅନ୍ୟ ଅଂଶରେ ପତ୍ରହରିତ୍ ନଥିବାରୁ ସେହିଠାରେ ଆଲୋକଶ୍ଲେଷଣ ହୋଇନାହିଁ ।