ଆଲୋକଶ୍ଲେଷଣରେ ଆଲୋକର ଆବଶ୍ୟକ
ପରୀକ୍ଷା :
କୁଣ୍ଡରେ ଥିବା ଏକ ଗଛର ଗୋଟିଏ ପତ୍ରର କିଛି ଅଂଶ ଏକ କଳା
କାଗଜ ଦ୍ବାରା ଆଛାଦିତ କରି ଗଛଟିକୁ ସୁର୍ଯ୍ୟାଲୋକରେ 2 ରୁ 3 ଘଣ୍ଟା ରଖ ।
ଏହାପରେ ପତ୍ରଟିକୁ ଛିଣ୍ଡାଇ ଆଣି ଫୁଟନ୍ତା ସୁରାସାରରେ କିଛି ସମୟ ଫୁଟାଅ ।
ଯେପରି
ପତ୍ରର ସବୁ ହରିତକଣା ବାହାରି ପତ୍ରଟି ରଂଗହୀନ ହୋଇଯିବ ।
ଏହା ପରେ ପତ୍ରଟିକୁ ଭଲଭାବରେ ଧୋଇଦେଇ ପତ୍ରଟିକୁ ଏକ ଲଘୁ ଆୟୋଡିନ୍ ଦ୍ରବଣରେ ବୁଡାଇବା ।
ପର୍ଯ୍ୟବେକ୍ଷଣ :
ଆମେ ଦେଖିବାଯେ ପତ୍ରଟିର ଯେଉଁ ଅଂଶକୁ ଆମେ କାଗଜ ଦ୍ୱାରା ଆଛାଦିତ କରିଥିଲେ ସେହି ଅଂଶର କିଛି ପରିବର୍ତ୍ତନ ହୋଇ ନାହିଁ କିନ୍ତୁ ବାକି ଅଂଶ ନୀଳ ବର୍ଣ ହୋଇଯାଇଛି ।
ସିଦ୍ଧାନ୍ତ :
ଏହି ପରୀକ୍ଷାରୁ ଆମେ ଜାଣିଲେଯେ ପତ୍ରର ଯେଉଁ ଅଂଶରେ ଆଲୋକ
ପଡିଲା ସେହିଠାରେ ଆଲୋକଶ୍ଲେଷଣ ପ୍ରକ୍ରିୟା ହୋଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ ହୋଇଛି ।
ଯାହା ଆୟୋଡିନ୍ ସଂସ୍ପର୍ଶରେ ଆସି ନୀଳବର୍ଣ୍ଣ ଧାରଣ କଲା କିନ୍ତୁ ଆଛାଦିତ ଅଂଶରେ ଆଲୋକଶ୍ଲେଷଣ
ପ୍ରକ୍ରିୟା ହୋଇନଥିବାରୁ ସେହି ଅଂଶ ନୀଳବର୍ଣ୍ଣ ହେଲା ନାହିଁ ।