Skip to main content

ମଣିଷର ଶ୍ଵାସତନ୍ତ୍ର (Human Respiratory System) || ଦଶମ ଶ୍ରେଣୀ (Class X) || Life Science Notes

 

ମଣିଷର ଶ୍ଵାସତନ୍ତ୍ର (Human Respiratory System)

ମନୁଷ୍ୟ ଶରୀରରେ ଶ୍ଵାସତନ୍ତ୍ରର ବିଭିନ୍ନ ଅଂଶ ହେଉଛି କ୍ରମାନ୍ଵୟରେ : ନାସାରନ୍ଧ୍ର , ନାସାପଥ , ଗ୍ରସନୀ , ଶ୍ଵାସନଳୀ , ଶ୍ଵାସନଳୀକା ଓ ଫୁସଫୁସ 

ନାସାରନ୍ଧ୍ର : 

ପାଟି ଉପରେ ଶ୍ଵାସପଥର ଦ୍ୱାର ଭାବେ ଦୁଇଟି ନାସାରନ୍ଧ୍ର (ନାକପୁଡା) ରହିଛି | ଏହା ଉପାସ୍ଥି (Cartilage) ଦ୍ୱାରା ଗଠିତ । 

ନାସାପଥ : 

ଏହା ନାସାରନ୍ଧ୍ର ଠାରୁ ଆରମ୍ଭ ହୋଇ ଗ୍ରସନୀ ପର୍ଯ୍ୟନ୍ତ ରହିଛି ।                                                                              
ନାସାପଥ ଦେଇ ବାୟୁ ଗଲାବେଳେ ଧୂଳୀକଣା ଓ ଜୀବାଣୁ ଶ୍ଳୈଷ୍ମିକ ଝିଲ୍ଲୀ (Mucous Membrane)ରେ ଲାଗିଯାଆନ୍ତି ।  

ଗ୍ରସନୀ :

ଏହା ନାସାପଥର ଶେଷଠାରୁ ଆରମ୍ଭ ହୋଇ ଶ୍ଵାସନଳୀର ଆରମ୍ଭ ପର୍ଯ୍ୟନ୍ତ ରହିଛି । 

ନାସାପଥ ନିକଟରେ ଥିବା ଗ୍ରସନୀର ଅଂଶକୁ ନାସାଗ୍ରସନୀ (Nasopharynx) କୁହାଯାଏ ଏବଂ ମୁଖଗହ୍ୱର ନିକଟରେ ଥିବା ଅଂଶକୁ ମୁଖଗ୍ରସନୀ (Oropharynx) କୁହାଯାଏ ।                                                                                         

ଗ୍ରସନୀର ପଛ କାନ୍ଥରେ ଏକ ଯୋଡା ଟନସିଲ୍ ରହିଛି । ଏହା ଏକ ଲସିକାଭ ଅଂଗ ।         

ଗ୍ରସନୀର ଶେଷ ଭାଗରୁ ଖାଦ୍ୟନଳୀ ଓ ଶ୍ଵାସନଳୀ ଆରମ୍ଭ ହୋଇଛି ।                         

ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ ଓ ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ କୁହାଯାଏ ।                     

ଖାଦ୍ୟ ଗିଳିବା ସମୟରେ  ଶ୍ଵାସନଳୀର ଦ୍ଵାର ଅଧିଜିହ୍ବା  ଦ୍ଵାରା ବନ୍ଦ ରହେ ।  


 

ଶ୍ଵାସନଳୀ :

ଶ୍ଵାସନଳୀର ଆରମ୍ଭରେ ସ୍ଵରପେଟିକା (Larynx) ଥାଏ |                                   

ଏଥିରେ ଥିବା ସରୁସରୁ ସୂତା ପରି ସ୍ବରତନ୍ତ୍ର ବା ଭୋକଲକର୍ଡ (Vocal Cord)ର କମ୍ପନ ଦ୍ୱାରା ଧ୍ୱନି ସୃଷ୍ଟି ହୁଏ ।                                                               

ସ୍ଵରପେଟିକା ପରେ ଶ୍ଵାସନଳୀ ଦୁଇ ଶ୍ଵାସନଳୀକା (Bronchi) ଭାବେ ବିଭକ୍ତ ହୋଇ ପ୍ରତ୍ୟେକ ନିଜ ପଟର ଫୁସଫୁସ ମଧ୍ୟକୁ ପ୍ରବେଶ କରେ ।  

ପରେ ଏହା ଅନେକ ଶାଖାପ୍ରଶାଖାରେ ବିଭକ୍ତ ହୋଇ ସୂକ୍ଷ୍ମ ଶ୍ଵାସନଳୀକା (Bronchiole) ସୃଷ୍ଟି କରିଥାଏ ।                                     

ଏହି ସୂକ୍ଷ୍ମ ଶ୍ଵାସନଳୀକା ବାୟୁର ଛୋଟଛୋଟ କୋଠାରୀ କୋଟରିକା (Alveoli)ରେ ଖୋଲିଥାଏ । 

ଫୁସଫୁସ :

ବକ୍ଷ ଗହ୍ୱର ମଧ୍ୟରେ ଦୁଇଟି ଫୁସଫୁସ ଥାଏ । ଏହା ଏକ ଫମ୍ପା ପବନ ନିରୋଧୀ କୋଠାରୀ । 
ଏହା ଫୁସଫୁସ ଆବରଣ ଦ୍ୱାରା ଆଛିଦିତ ହୋଇ ରହିଛି ।