ପାଚନ କ୍ରିୟା (Digestion)
ଆମେ ଖାଉଥିବା ଖାଦ୍ୟରେ ଥିବା ଭିଟାମିନ୍, ଧାତବଲବଣ ଓ ଜଳରେ ଅଣୁଗୁଡିକ କ୍ଷୁଦ୍ର ହୋଇଥିବାରୁ ବିନା ହଜମରେ କୋଷଝିଲ୍ଲୀ ମଧ୍ୟ ଦେଇ କୋଷ ଭିତରକୁ ପ୍ରବେଶ କରିଥାଏ କିନ୍ତୁ ଶ୍ଵେତସାରା, ସ୍ନେହସାର ଓ ପୃଷ୍ଟିସାର ପରି ଜଟିଳ ଖାଦ୍ୟର ଅଣୁଗୁଡ଼ିକ ବୃହତ୍ତକାର ହୋଇଥିବାରୁ କୋଷଝିଲ୍ଲୀ ଦେଇ କୋଷ ଭିତରକୁ ପଶିପାରନ୍ତି ନାହିଁ । ଏହିସବୁ ଜଟିଳ ଖାଦ୍ୟ ବିଭିନ୍ନ ପ୍ରକାର ପରିପାକ ଏନଜାଇମ ସହିତ ମିଶି ଆତ୍ମୀକରଣଯୋଗ୍ୟ ସରଳୀକୃତ ଖାଦ୍ୟରେ ପରିଣତ ହୁଅନ୍ତି ।
ଖାଦ୍ୟ ହଜମର ବିଭିନ୍ନ ପ୍ରକ୍ରିୟା ଗୁଡ଼ିକ ହେଲା
- ଖାଦ୍ୟଗ୍ରହଣ (Ingestion)
- ପାକକ୍ରିୟା (Digestion)
- ଅବଶୋଷଣ (Absorption)
- ଆତ୍ମୀକରଣ (Assimilation)
- ମଳତ୍ୟାଗ (Egestion)
(I) ଖାଦ୍ୟଗ୍ରହଣ ଓ ପାକକ୍ରିୟା (Ingestion & Digestion)
ପାକନଳୀର ବିଭିନ୍ନ ଅଂଶରେ ହେଉଥିବା ପାଚନକ୍ରିୟାର ବିଭିନ୍ନ ପ୍ରକ୍ରିୟା ଗୁଡିକ ହେଲା
(a) ମୁଖଗହ୍ୱର
ଖାଉଥିବା ଖାଦ୍ୟକୁ ପ୍ରଥମେ ଦାନ୍ତ ଭଲଭାବେ ଚର୍ବନ କରି ଛୋଟଛୋଟ ଖଣ୍ଡରେ ପରିଣତ କରେ ।
ଲାଳରେ ଥିବା ଟାୟାଲିନ୍ ନାମକ ଏନଜାଇମ୍ ଜଟିଳ ଶ୍ଵେତସାରାକୁ ମାଲଟୋଜ୍ ନାମକ ଦ୍ଵିଶର୍କରାରେ ପରିଣତ କରେ ।
(b) ଗ୍ରାସନଳୀ
ନରମ ଖାଦ୍ୟପିଣ୍ଡ ଗଲେଟ୍ ବାଟ ଦେଇ ଗ୍ରାସନଳୀ ମଧ୍ୟରେ ପ୍ରବେଶ କରେ ।
ଏଠାରେ କୌଣସି ପ୍ରକାର ଖାଦ୍ୟର ହଜମ ହୁଏ ନାହିଁ ।
(c) ପାକସ୍ଥଳୀ
ପାଚକରସରେ ଥିବା ଲାଇପେଜ୍ ନାମକ ଏନଜାଇମ ସ୍ନେହସାର ଜାତୀୟ ଖାଦ୍ୟକୁ ଫ୍ୟାଟିଏସିଡ଼ ଓ ଗ୍ଲିସେରଲ ରେ ପରିଣତ କରେ ।
(d) ଗ୍ରହଣୀ
କ୍ଷୁଦ୍ରାନ୍ତ୍ରର ଗ୍ରହଣୀଠାରେ ଯକୃତରୁ କ୍ଷରିତ ପିତ୍ତରସ ଓ ଅଗ୍ନ୍ୟାଶୟରୁ କ୍ଷରିତ ଅଗ୍ନ୍ୟାଶୟରସ ଯଥାକ୍ରମେ ଖାଦ୍ୟରେ ମିଶେ ।ପିତ୍ତରସ ଖାଦ୍ୟର ଅମ୍ଲତ୍ଵ ଦୁରକରେ ଓ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ ବା ଇମଲସିଫିକେସନ୍ (Emulsification) କରାଇଥାଏ ।
(e) ଜେଜୁନମ ଓ ଇଲିୟମ୍
ଜେଜୁନମ ଓ ଇଲିୟମ୍ ରୁ କ୍ଷରିତ ଆନ୍ତ୍ରିକରସ (Intestinal Juice) ରେ ଥିବା ବିଭିନ୍ନ ପ୍ରକାର ଏନଜାଇମ ହଜମ ହୋଇନଥିବା ଅବଶିଷ୍ଟ ଖାଦ୍ୟକୁ ସମ୍ପୁର୍ଣ ହଜମ କରିଥାଏ ।
(f) ବୃହଦନ୍ତ୍ର :-
ଖାଦ୍ୟ ଏଠାରେ ପହଂଚିବା ବେଳକୁ ଏହା ହଜମ ହୋଇ ସରଳୀକୃତ ଖାଦ୍ୟରେ ପରିଣତ ହୋଇଯାଇଥାଏ ।
(II) ଅବଶୋଷଣ (Absorption)
ସମସ୍ତ ସରଳୀକୃତ ଖାଦ୍ୟ, ଭିଟାମିନ୍, ଧାତବ ଲବଣ ଓ ଜଳ ଇତ୍ୟାଦି ପାକନଳୀର କାନ୍ଥ ବାଟଦେଇ ରକ୍ତ ମଧ୍ୟକୁ ପ୍ରବେଶ କରିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ ।
ଏହି ପ୍ରକ୍ରିୟା ନିଷ୍କ୍ରିୟ ଅବଶୋଷଣ (Passive Transport) ଓ ସକ୍ରିୟ ଅବଶୋଷଣ (Active Transport) ଦ୍ୱାରା ହୋଇଥାଏ ।
ମୁଖଗହ୍ୱରରେ ଖାଦ୍ୟ ପଦାର୍ଥର ଅବଶୋଷଣ ହୁଏ ନହିଁ କିନ୍ତୁ କେତେକ ଔଷଧର ଅବଶୋଷଣ ହୋଇଥାଏ ।
ପାକସ୍ଥଳୀରେ ଆସପ୍ରିନ୍ ପରି କେତେକ ଔଷଧ, ସୁରାସାର ଇତ୍ୟାଦିର ଅବଶୋଷଣ ହୋଇଥାଏ ।
ମଣିଷ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ସରଳୀକୃତ ଖାଦ୍ୟ ପଦାର୍ଥର ଅବଶୋଷଣ ମୁଖ୍ୟତଃ କ୍ଷୁଦ୍ରାନ୍ତ୍ରରେ ହୋଇଥାଏ ।
ବୃହଦନ୍ତ୍ରରେ ଜଳ ଓ କେତେକ ଇଲେକଟ୍ରୋଲାଇଟ୍ (Electrolytes)ର ଅବଶଶଣ ହୋଇଥାଏ ।
(III) ଆତ୍ମୀକରଣ (Assimilation)
ଅବଶୋଷଣ ପରେ ଖାଦ୍ୟ ରକ୍ତ ଦ୍ୱାରା ବାହିତ ହୋଇ ଶରୀରର ବିଭିନ୍ନ ଅଂଶରେ ରହିଥିବା କୋଷ ନିକଟରେ ପହଂଚେ ଏବଂ ଶକ୍ତି ମୋଚନ ସହିତ ଅନ୍ୟ କାର୍ଯ୍ୟରେ ବିନିଯୋଗ ହୋଇଥାଏ ।
(IV) ମଳତ୍ୟାଗ (Egestion)
ଏକକାଳିନ ନିମ୍ନଲିଖିତ ଘଟଣାବଳୀ ଦ୍ୱାରା ମଳ ନିଷ୍କାସନ ହୋଇଥାଏ । ମଳଦ୍ୱାର ଚାରିପଟେ ରହିଥିବା ସଂକୋଚନ ପେଶୀର ଶିଥିଳନ । ମଲାଶୟ ପେଶୀର ସଂକୋଚନ । ଉଦର ପେଶୀ ଓ ମଧ୍ୟଛଦାର ସଂକୋଚନ ସହିତ ସାମୟିକ ଶ୍ଵାସ ବିରାମ ।
* ମାଂସ ହଜମ କରୁଥିବା ଏନଜଇମ୍ କାହିଁକି ଆମ ପାକସ୍ଥଳିକୁ ହଜମ କରେନାହିଁ
ପୃଷ୍ଟିସାର ହଜମ କରୁଥିବା ପ୍ରୋଟିଏଜ୍ ଜାତୀୟ ଏନଜାଇମ ନିଷ୍କ୍ରିୟ ଅବସ୍ଥାରେ କ୍ଷରିତ ହୋଇଥାଏ । ପାକସ୍ଥଳୀର ଅମ୍ଲିୟ ପରିବେଶରେ ଏହା ସକ୍ରିୟ ହୁଏ ଓ ପକସ୍ଥଳୀରେ ଖାଦ୍ୟ ପହଂଚିଲେ ସାଧାରଣତଃ ଏନଜାଇମ କ୍ଷରଣ ତ୍ବରାନ୍ବିତ ହୋଇଥାଏ ।
ଆମ ପାକସ୍ଥଳୀ ରେ ଥିବା ମ୍ୟୁକସ୍ ଗ୍ରନ୍ଥିରୁ କ୍ଷରିତ ମ୍ୟୁକସ୍ ଅମ୍ଲିୟ ପରିବେଶ ତଥା ଏନଜାଇମ ପ୍ରଭାବରୁ ପାକସ୍ଥଳୀକୁ ରକ୍ଷା କରେ ।
ପାକସ୍ଥଳୀର କୋଷ କୋଷ ମଧ୍ୟରେ ଥିବା ନିବିଡ ବନ୍ଧନ ସହଜରେ ପେପସିନ୍ ପାକସ୍ଥଳୀ କାନ୍ଥ ଭିତରକୁ ପଶି ଟିସୁ କ୍ଷୟ କରିପାରେ ନାହିଁ ।
ପାକସ୍ଥଳୀର କୋଷ ଦୁଇ ବା ତିନି ଦିନ ବ୍ୟବଧାନରେ ନୂଆ କୋଷ ଦ୍ୱାରା ପୁନଃ ସ୍ଥାପିତ ହୋଇଥାଏ ।
ତେଣୁ ଆମ ପାକସ୍ଥଳୀ ପେପସିନ୍ ଦ୍ୱାରା ହଜମ ହୁଏନାହିଁ |