ଜୈବ ବିବିଧତା (BIODIVERSITY)
PART - 1
1) ଅତି ଛୋଟ ଜୀବର ଦୈର୍ଘ୍ୟ ଓ ପ୍ରସ୍ଥକୁ ମାଇକ୍ରୋମିଟରରେ ପ୍ରକାଶ କରାଯାଇଥାଏ।
2) 1μm = 10-6 meter
3) ତିମିର ଦୈର୍ଘ୍ୟ ପ୍ରାୟ 30 ମିଟର |
4) ରେଡଉଡ୍ ଗଛର ଦୈର୍ଘ୍ୟ ପ୍ରାୟ 100 ମିଟର |
5) ଶାଗୁଆନ ବା ଟିକ୍ ଗଛର ବୟସ ପ୍ରାୟ 100 ରୁ 150 ବର୍ଷ |
6) କୋଲକାତାର ବଟାନିକାଲ ଗାର୍ଡ଼ନରେ ଥିବା ବଟବୃକ୍ଷ (Great Banyan Tree) ପ୍ରାୟ 200 ବର୍ଷରୁ ଅଧିକ ସମୟ ବଞ୍ଚି ରହିଥିବାର ପ୍ରମାଣ ରହିଅଛି।
7) କଇଁଛ ପ୍ରାୟ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାଏ |
8) ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା (Biodiversity) ବା ଜୈବ ବିବିଧତା ବା ଜୀବଜଗତର ବିବିଧତା (Diversity in living world/ Biological diversity) କୁହାଯାଏ ।
9) ପରିବେଶର ପାର୍ଥକ୍ୟ ହେତୁ ଗୋଟିଏ ପ୍ରାକୃତିକ ପରିବେଶରେ ଦେଖାଯାଉଥିବା ଜୀବଗୋଷ୍ଠୀର ବିଭିନ୍ନତା ଅନ୍ୟ ପ୍ରାକୃତିକ ପରିବେଶର ଜୀବଗୋଷ୍ଠୀଠାରୁ ଭିନ୍ନ ହୋଇଥାଏ।
10) ପୃଥିବୀ ପୃଷ୍ଠରେ ଆଜି ଯେଉଁ ଜୈବ ବିଭିନ୍ନତା ବା ଜୀବଜଗତର ବିବିଧତା ଦେଖାଯାଇଛି ତାହା ପ୍ରକୃତରେ କୋଟିକୋଟି ବର୍ଷର ଜୈବବିବର୍ତ୍ତନ (Organic Evolution) ର ପରିଣତି।
11) ଆମର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ପରିବେଶର ଅବକ୍ଷୟ ଜୀବ ବିଲୁପ୍ତିର ମୂଳ କାରଣ
12) ଜୀବମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରିବା ପଦ୍ଧତିକୁ ଟାକ୍ସୋନମି (Taxonomy) ବା ସିଷ୍ଟୋମାଟିକ୍ (Systematics) କୁହାଯାଏ।13) ସ୍ଵିଡେନ୍ର ସ୍ୱନାମଧନ୍ୟ ବୈଜ୍ଞାନିକ କ୍ୟାରୋଲସ୍ ଲିନିୟସ୍ଙ୍କୁ (Carolous Linnacus) ଉଦ୍ଭିଦ ଓ ପ୍ରାଣୀମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀବିଭାଗ ପଦ୍ଧତିର ଜନକ ବୋଲି କୁହାଯାଏ।
14) କ୍ୟାରୋଲସ୍ ଲିନିୟସ୍ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀବିଭାଗ ପଦ୍ଧତିକୁ ‘‘ ସିଷ୍ଟମା ନେଚୁରେ’’ (Systema Nature) ନାମକ ପୁସ୍ତକରେ ପ୍ରଥମେ ଉପସ୍ଥାପନା କରିଥିଲେ।
15) ଲିନିୟସ୍ଙ୍କ ଦ୍ଵାରା ଉପସ୍ଥାପିତ ପ୍ରାୟ ସମସ୍ତ ନିୟମ ଆର୍ନ୍ତଜାତୀୟ ଜୈବିକ ନାମକରଣ ନିୟମାବଳୀ (International Code of Biological Nomenclature-ICBN) ଦ୍ଵାରା ଗୃହୀତ ଓ ନିୟନ୍ତ୍ରତ ହୋଇଛି।
16) ଆଧୁନିକ ଶ୍ରେଣୀବିଭାଗ ପଦ୍ଧତି ଅନୁସାରେ ସବୁଠାରୁ କ୍ଷୁଦ୍ରତମ ବିଭାଗକୁ ଜାତି (Species) ବୋଲି କୁହାଯାଏ।
17) ଏକ ବା ଏକାଧୂକ ଜାତିକୁ ନେଇ ଗୋଟିଏ ପ୍ରଜାତି (Genus) ଗଠିତ ହୋଇଥାଏ।
18) ସିଂହର ବୈଜ୍ଞାନିକ ନାମ ଫେଲିସ ଲିଓ (Felis leo)
19) ବାଘର ବୈଜ୍ଞାନିକ ନାମ ଫେଲିସ୍ ଟାଇଗ୍ରୀସ୍ (Felis tigris)
20) କଲରାପତରିଆ ବାଘର ବୈଜ୍ଞାନିକ ନାମ ଫେଲିସ୍ ପାରଡସ୍ (Fellis pardus)
21) ବିରାଡ଼ିର ବୈଜ୍ଞାନିକ ନାମ ଫେଲିସ୍ ଡୋମାଷ୍ଟିକା (Fellis domestica)
22) ବରଗଛର ବୈଜ୍ଞାନିକ ନାମ ଫାଇକସ୍ ବେଙ୍ଗାଲେସିସ୍ (Ficus bengalensis)
23) ଅଶ୍ଵତଥ ଗଛର ବୈଜ୍ଞାନିକ ନାମ ଫାଇକସ୍ ରିଲିଜିଓସା (Ficus religiosa)
24) ମଣିଷର ବୈଜ୍ଞାନିକ ନାମ ହେଲା ହୋମୋ ସାପିଏନ୍ସ (Homo sapiens) |
25) ଲିନିୟସ୍କଙ୍କ ପ୍ରବର୍ତିତ ଦ୍ଵିପଦ ନାମକରଣ ପଦ୍ଧତିକୁ ବାଇନୋମିଆଲ ନୋମେନକ୍ଳେଚର (Binomial Nomenclature) କୁହାଯାଏ କାରଣ ପ୍ରତ୍ୟେକ ନାମ ଦୁଇପଦ ବିଶିଷ୍ଟ ଏବଂ ଦୁଇଟି ପଦ ମଧ୍ୟରୁ ପ୍ରଥମ ପଦଟି ପ୍ରଜାତି (Genus) କୁ ଓ ଦ୍ୱିତୀୟ ପଦଟି ଜାତି (Species)କୁ ବୁଝାଏ।
26) ପ୍ରଜାତିର ବୈଜ୍ଞାନିକ ନାମଟି ଲାଟିନ୍ ଶବ୍ଦରୁ ଆନୀତ।
27) ଜାତିସୂଚକ ନାମଟି ସାଧାଗୁଣତଃ ଉକ୍ତ ଜାତିଟିର ବାସସ୍ଥାନ, ଅଥବା ଜୀବଟି ବିଷୟରେ ପ୍ରାଥମିକ ବର୍ଣ୍ଣନା ଦେଇଥିବା ବୈଜ୍ଞାନିକଙ୍କ ନାମ କିମ୍ବା ଜୀବର ଶାରୀରିକ ବିଶେଷତ୍ଵ ଉପରେ ପର୍ଯ୍ୟବସିତ।
28) ଦ୍ଵିପଦୀ ନାମଗୁଡ଼ିକ ଇଂରାଜୀ ଅକ୍ଷରରେ ଲେଖିଲାବେଳେ ପ୍ରଜାତି ଓ ଜାତି ପଦର ତଳେ ପୃଥକ୍ଭାବେ ରେଖାଙ୍କନ କରିବାକୁ ପଡ଼େ କିମ୍ବା ପ୍ରାଥମିକ ଇଟାଲୀୟ ହସ୍ତଲିପି ଭଳି ବକ୍ର ଅକ୍ଷରରେ (Italics) ଲେଖାଯାଏ ।
29) ପ୍ରଜାତିର ପ୍ରଥମ ଅକ୍ଷରଟି ବଡ଼ଲିପି (Capital Letter) ହୋଇଥିବାବେଳେ ଜାତିର ପ୍ରଥମ ଅକ୍ଷର ସାନଲିପି (Small Letter)ର ହୋଇଥାଏ ।
30) ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ (384-322 BC) ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ପ୍ରାଣୀମାନଙ୍କର ବାସସ୍ଥାନ, ମୁଖ୍ୟତଃ ଜଳ, ସ୍ଥଳ ଓ ବାୟୁକୁ ଭିତ୍ତିକରି ସେମାନଙ୍କ ଶ୍ରେଣୀବିଭାଗ କରିଥିଲେ।
31) ଜୀବ ମଧ୍ୟରେ ଅନେକ ସାମଞ୍ଜସ୍ୟପୂର୍ଣ ଲକ୍ଷଣ ଥିଲେ ମଧ୍ୟ ଜୀବମାନଙ୍କର ଶ୍ରେଣୀ ବିଭାଗ ସମୟରେ କେତେକ ଆନ୍ତଃସମ୍ବନ୍ଧିତ (Interrelated) ଲକ୍ଷଣ ଦ୍ବାରା ହିଁ ଜୀବଗୋଷ୍ଠୀର ଶ୍ରେଣୀବିଭାଗ କରାଯାଇଥାଏ।
32) ସୁନ୍ୟଷ୍ଟୀୟ କୋଷରେ, କୋଷଅଙ୍ଗିକା (Cell Organelle) ଓ ନ୍ୟଷ୍ଟି (Nucleus) ଥାଏ।
33) ପ୍ରାକନ୍ୟଷ୍ଟୀୟ କୋଷରେ ଏକ ସଂଗଠିତ ନ୍ୟଷ୍ଟି ନଥାଏ |
34) ଏକ ବା ଏକାଧିକ ପ୍ରଜାତିର ସମାହାରରେ ଗୋଟିଏ ବଂଶ (Family), ଏକ ବା ଏକାଧିକ ବଂଶର ସମାହାରରେ ଗୋଟିଏ ବର୍ଗ (Order) ଏବଂ ଏକ ବା ଅଧିକ ବର୍ଗର ସମାହାରରେ ଗୋଟିଏ ଶ୍ରେଣୀ (Class) ଗଠିତ ହୁଏ।
35) କେତେକ ଶ୍ରେଣୀର ସମାହାରରେ ପର୍ବ (Phylum) ଓ ବିଭିନ୍ନ ପର୍ବର ସମାହାରରେ ପ୍ରାଣୀଜଗତ (Animal Kingdom) ଓ ଉଭିଦଜଗତ (Plant Kingdom) ଗଠିତ ହୋଇଥାଏ।
36) ଶରୀର ଗଠନର ସମାନତା ସହିତ ଜନନ ପ୍ରକ୍ରିୟାର ସମାନତାକୁ ନେଇ ଜାତି ଗଠନ ହୋଇଥାଏ।
37) ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀବିଭାଗ ବେଳେ ଜୀବଜଗତକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଥିଲା, ( ଯଥା : ପ୍ରାଣୀ ଜଗତ ଓ ଉଭିଦଜଗତ)
38) 1844 ମସିହାରେ ଇ.ଏଚ.ହେକେଲ (E.H Haeckel) ନାମକ ଜର୍ମାନୀର ଜଣେ ପ୍ରାଣୀବିଜ୍ଞାନୀ ଏକକୋଷୀ ଜୀବମାନଙ୍କୁ ପ୍ରୋଟିଷ୍ଟା (Protista) ନାମକ ଅନ୍ୟ ଏକ ଭାଗରେ ଅନ୍ତର୍ଭୁକ୍ତ କରି ତିନିଜଗତ ଶ୍ରେଣୀବିଭାଗର ପ୍ରସ୍ତାବ ଦେଇଥିଲେ।
39) ରବର୍ଟ ହ୍ୱିଟାକର (Robert Whittaker) 1959 ମସିହାରେ ଆଉ ଦୁଇଟି ଜୀବଜଗତ ଯଥା: ମୋନେରା (Monera) ଓ ଫଞ୍ଜାଇ (Fungi)ରେ ଯଥାକ୍ରମେ ବାକ୍ଟେରିଆ ଓ ଫଞ୍ଜାଇ ବା କବକ ମାନଙ୍କୁ ସ୍ଥାନ ଦେଇ ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀବିଭାଗର ମତ ଦେଇଥିଲେ ।
40) ଏକକୋଷୀୟ ପ୍ରୋକରିଓଟ୍ ମାନଙ୍କୁ (ପ୍ରାକନ୍ୟଷ୍ଟୀୟ) ମୋନେରା (Monera) କୁହାଯାଏ |
41) ଏକକୋଷୀୟ ଇଉକରିଓଟ୍ ମାନଙ୍କୁ (ସୁନ୍ୟଷ୍ଟିୟ) ପ୍ରୋଟିଷ୍ଟା (Protista) କୁହାଯାଏ |
42) ଫଞ୍ଜାଈକୁ କବକ ମଧ୍ୟ କୁହାଯାଏ ।
43) ଫଞ୍ଜାଈମାନେ ପରଭୋଜୀ।
44) କେତେକ ପଞ୍ଜାଇ କିଛି ଆଲଜି ବା ଶୈବାଳ ସହ ଏକାଠି ବାସ କରୁଥିବାର ଦେଖାଯାଏ । ସେହିମାନଙ୍କୁ ଲାଇକେନ୍ କୁହାଯାଏ ।
45) ଫଞ୍ଜାଇ ଓ ଆଲଜି ଏକାଠି ମିଶି ବସବାସ କରୁଥିବାରୁ ଏମାନଙ୍କର ଜୀବନଯାପନ ପ୍ରଣାଳୀକୁ ସହଜୀବିତା (Symbiosis) କୁହାଯାଏ।
45) ଲାଇକେନ୍ ସାଧାରଣତଃ ଗଛରଗଣ୍ଡି ଓ ପଥର ଉପରେ ଦେଖାଯାଏ |
46) ପ୍ଲାଣ୍ଟି ସାଧାରଣତଃ ସ୍ଵଭୋଜୀ।
47) ପ୍ଲାଣ୍ଟିର ପତ୍ର ତଥା ଅନ୍ୟାନ୍ୟ ସବୁଜ ଅଂଶରେ ଥିବା କ୍ଲୋରୋଫିଲ୍ (Chlorophyll) ବା ସବୁଜ କଣା ଦ୍ଵାରା ଆଲୋକଶ୍ଳେଷଣ ପ୍ରକ୍ରିୟାରେ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ ।
48) ପ୍ରୋଟିଷ୍ଟାର (Protista) ସିଲିଆ (Cilia) ବା ପ୍ଲାଜେଲା (Flagella), କିମ୍ବା କୂଟପାଦ (Pscudopodia) ପରି ଚଳନ ଅଙ୍ଗିକା (Locomotory Organ) ରହିଥାଏ।
49) ମୋନେରା ଖାଦ୍ୟଗ୍ରହଣ ପ୍ରଣାଳୀ ଦୃଷ୍ଟିରୁ ସ୍ଵଭୋଜୀ (Autotrophic) କିମ୍ବା ପରଭୋଜୀ (Heterotrophic) ହୋଇପାରେ |
50) ପ୍ରୋଟିଷ୍ଟା ଖାଦ୍ୟଗ୍ରହଣ ପ୍ରଣାଳୀ ଦୃଷ୍ଟିରୁ ସ୍ଵଭୋଜୀ (Autotrophic) କିମ୍ବା ପରଭୋଜୀ (Heterotrophic) ହୋଇପାରେ |
51) ମୋନେରା : - ବାକ୍ଟେରିଆ, ନୀଳହରିତ ଶୈବାଳ (ଆନାବେନା), ମାଇକ୍ରୋପ୍ଲାଜମ୍, ଇତ୍ୟାଦି।
52) ପ୍ରୋଟିଷ୍ଟା : - ଏକକୋଷୀ ଶୈବାଳ, ଡାଇଏଟମ୍, ପାରାମାଇସମ୍, ଏମୋବା, ପ୍ଲାସ୍ମୋଡ଼ିୟମ ଆଦି ପ୍ରୋଟୋଜୋଆ ।
53) ଫଞ୍ଜାଈ:- ଛତୁ, ପେନ୍ସିଲିୟମ୍, ଆସପେରୋଜେଲସିସ୍, ଇଷ୍ଟ, ଲାଇକେନ୍ ଇତ୍ୟାଦି।
54) ପ୍ଲାଣ୍ଟି: - ସବୁଳ ଉଭିଦ ଯଥା- ପଦ୍ମ, ଚିଙ୍ଗୁଡ଼ିଆଦଳ, ଏକୋଲା, ଘାସ, ଆଖୁ, ବରଗଛ ଇତ୍ୟାଦି।
55) ଏନିମଲିଆ :- କୋଷଭିଭି ବିହୀନ, ବହୁକୋଷୀୟ ପ୍ରାଣୀ । ଯଥା :- ଜିଆ, ପ୍ରବାଳ, ମାଛି, ମଶା, ଗେଣ୍ଡା, ସମୁଦ୍ରତାରା ମାଛ, ବେଙ୍ଗ, ସାପ, ପକ୍ଷୀ, ମାଙ୍କଡ଼, ମନୁଷ୍ୟ ଇତ୍ୟାଦି।