ପୋଷଣ
ପୋଷଣର ପ୍ରକାରଭେଦ: -
ଖାଦ୍ୟ ଉତ୍ପାଦନ ଦୃଷ୍ଟିରୁ ପୋଷଣକୁ ୨ ଭାଗରେ ବିଭକ୍ତ କରାଯାଇଛି
ସ୍ବଭୋଜୀ ପୋଷଣ, ପରଭୋଜୀ ପୋଷଣ
ସ୍ବଭୋଜୀ ପୋଷଣ: -
ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୃତ କରିପାରନ୍ତି ସେମାନଙ୍କୁ ସ୍ବଭୋଜୀ କୁହାଯାଏ | ଏ ପ୍ରକାର ପୋଷଣ ପ୍ରକ୍ରିୟାକୁ ସ୍ବୋଭୋଜୀ ପୋଷଣ କୁହାଯାଏ |
ଉଦାହରଣ- ପତ୍ରହରିତ୍ ଥିବା ସମସ୍ତ ଉଦ୍ଭିଦ ଓ ନୀଲହରିତ୍ ଶୈବାଳ |
ପରଭୋଜୀ ପୋଷଣ:-
ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନପାରି ପୋଷଣ ପାଇଁ ଅନ୍ୟ ପାଣୀ ବା ଉଦ୍ଭିଦ ଉପରେ ନିର୍ଭର କରନ୍ତି ସେମାନଂକୁ ପରଭୋଜୀ କୁହାଯାଏ | ଏହି ଜୀବମାନଂକର ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ |
ଉଦାହରଣ- ସମସ୍ତ ପ୍ରାଣୀ, କବକ, ମଲାଂଗ, ନିର୍ମୁଳି, ରାଫ୍ଲେସିୟା |
ପରଭୋଜୀ ପୋଷଣ ମୁଖ୍ୟତଃ ୪ ପ୍ରକାର ପ୍ରାଣୀସମ ପୋଷଣ, ମୃତୋପଜୀବୀୟ ପୋଷଣ, ପରଜୀବୀୟ ପୋଷଣ, ସହଜୀବୀୟ ପୋଷଣ
ପ୍ରାଣୀସମ ପୋଷଣ :-
ପରଜୀବୀୟ ପ୍ରାଣୀଙ୍କୁ ଛାଡି ଅନ୍ୟ ସମସ୍ତ ପ୍ରାଣୀ, ଅନ୍ୟ ଉଦ୍ଭିଦ ବା ପ୍ରାଣୀଙ୍କୁ ସଂପୂର୍ଣ୍ଣ ବା ଆଂଶିକ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି | ଏହି ଖାଦ୍ୟ ପ୍ରଣାଳୀକୁ ପ୍ରାଣୀସମ ପୋଷଣ କୁହାଯାଏ |
ମୃତୋପଜୀବୀୟ ପୋଷଣ: -
ଯେଉଁ ପରଭୋଜୀ ମୃତ, ଗଳିତ, ପଚାସାଢା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୃଷ୍ଟିସାଧନ କରିଥାନ୍ତି ସେମାନଂକୁ ମୃତୋପଜୀବୀ କୁହାଯାଏ | ଏହି ପୋଷଣ ପ୍ରଣାଳୀକୁ ମୃତୋପଜୀବୀୟ ପୋଷଣ କୁହାଯାଏ |
ଉଦାହରଣ- କବକ, ଇଷ୍ଟ, ବ୍ୟାକ୍ଟେରିୟା
ପରଜୀବୀୟ ପୋଷଣ: -
ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଂକଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୃଷ୍ଟିସାଧନ କରନ୍ତି ସେମାନଂକୁ ପରଜୀବୀ କୁହାଯାଏ | ଏହି ପ୍ରକାର ପୋଷଣ ପ୍ରଣାଳୀକୁ ପରଜୀବୀୟ ପୋଷଣ କୁହାଯାଏ |
ଉଦାହରଣ- ଅନ୍ତପରଜୀବୀ (ପ୍ଲାସମୋଡିୟମ୍, କୃମି) ବାହ୍ୟପରଜୀବୀ (ଉକ୍କୁଣି, ମଲାଂଗ, ନିର୍ମୁଳି)
ସହଜୀବୀୟ ପୋଷଣ: -
ବେଳେବେଳେ ଦୁଇଟି ସଂପୁର୍ଣ ଭିନ୍ନ ଜାତିର ପ୍ରାଣୀ, ଉଦ୍ଭିଦ ବା ଉଦ୍ଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ | ଏହାକୁ ସହଜୀବୀତା କୁହାଯାଏ |
ଏଥିରେ କେହି କାହାର କ୍ଷତି କରନ୍ତି ନାହିଁ ବରଂ ସେମାନଂକ ଭିତରେ ପୋଷଣର ଆଦାନପ୍ରଦାନ ହୋଇଥାଏ | ଏହି ପ୍ରକାର ପୋଷଣ ପ୍ରଣାଳୀକୁ ସହଜୀବୀୟ ପୋଷଣ କୁହାଯାଏ |
ଉଦାହରଣ- ଆମ ଅନ୍ତନଳୀରେ ଥିବା ଇସଚେରିଚିଆ କୋଲାଇ (E.Coli) ନାମକ ବ୍ୟାକ୍ଟେରିୟା ନିଜ ଶରୀରରେ ଭିଟାମିନ୍ B12 (ସାୟାନୋକୋବାଲାମିନି) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ, ତା ପରିବର୍ତ୍ତେ ଆମ ଅନ୍ତନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ |
* ରସାୟଶ୍ଲେଷଣ:
ଯବକ୍ଷାରଜାନ ବିବନ୍ଧନ କରୁଥିବା ବ୍ୟାକ୍ଟେରିୟା ଓ ଗନ୍ଧକ ବ୍ୟାକ୍ଟେରିୟା ପରି କେତେକ ବ୍ୟାକ୍ଟେରିୟା ଅଜୈବ ରାସାୟନିକ ପ୍ରକ୍ରିୟାକୁ ମିଳୁଥିବା ରାସାୟନିକ ଶକ୍ତି ଆହରଣ କରିଥାନ୍ତି | ଏହାକୁ ରସାୟଶ୍ଲେଷଣ କୁହାଯାଏ |
*ଖାଦ୍ୟାଭାସକୁ ଆଧାର କରି ପ୍ରାଣୀମାନଂକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି
ଶାକାହାରୀ:-
ଉଦ୍ଭିଦ ବା ଉଦ୍ଭିଦଜାତ ପଦାର୍ଥ ଭକ୍ଷଣ କରୁଥିବା ପ୍ରାଣୀ
ମାଂସାହାରୀ: -
ଅନ୍ୟ ପ୍ରାଣୀ ବା ପ୍ରାଣୀଜ ପଦାର୍ଥକୁ ଭକ୍ଷଣ କରୁଥିବା ପ୍ରାଣୀ
ସର୍ବାହାରୀ:-
ଖାଦ୍ୟରେ ବାଛବିଚାର ନକରି ଯାହା ଖାଦ୍ୟପଯୋଗୀ ତାହା ଭକ୍ଷଣ କରୁଥିବା ପ୍ରାଣୀ